Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2.1  

Akshayakumar Dash

Others

ମେଘ

ମେଘ

1 min
189


ଆକାଶର ସାଗରରେ ଭସାଇ ବୋଇତ

ଦୂରଦେଶୀ ପରବାସୀ ପ୍ରେମିକ ବଣିକ

କିଣାବିକାପାଇଁ, ଜାଏ ପ୍ରିୟାଘର ଦେଇ ।

ନିଦାଘ ସନ୍ତାପି ,ବାଞ୍ଚାଘନ ପ୍ରେମ ସ୍ୱାଦ

ଚାତକ ପରାଏ,

ଆକାଶ ପଥକୁ ଚାହେଁ ଅନୁକ୍ଷଣେ,

ପ୍ରେମ ପାଗଳିନୀ ପ୍ରିୟା

ଦେଖିବାକୁ ମନର ମଣିଷ

ରାଗିଣୀ ମଲ୍ହ।ର ତୋଳେ

ସଂଚାରଇ ଆଶା ।

କଦମ୍ବ ଡାଳରେ ଫୁଲ

ସାଧବ ରମଣୀ

ଦରଦୂର ରାବରେ ପୁଣି କଂପଇ ମେଦିନୀ

ଛତୁ ରୁତୁ ଆସିଲାରେ

ସୁବାସିତ ଫୁଲମହକ ଜଳରେ

ରଜସ୍ପଳା ବସୁମତୀ ସ୍ନାନସାରି

ଦିବ୍ୟ ଅଳଙ୍କାର ଶୋଭା ଅପୂର୍ବ ସମ୍ଭାର

ଧରିତ୍ରୀ ମାଆକୁ କୋଟି ନମସ୍କ।ର ।

ମେଘୁଆ ସକାଳରେ ଝରିଆ ଆସର

ଚାଷୀ ମରି ମାଟି ଚିରି କରେ ବେଉଷଣ,

ମେଘ ତୁମ ରାଣ

ଢ଼ାଳି ଦିଅ ବର୍ଷା ଜଳ

ହସୁ ବିଲ ବନ ।



Rate this content
Log in