Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ଆ କା ମା ବୈ

ଆ କା ମା ବୈ

1 min
762


ଆ କା ମା ବୈ

**************

ଆଷାଢ ମାସ ର ଦ୍ବିତୀୟା ତିଥିରେ

ଜଗନ୍ନାଥଙ୍କ ର ରଥ ।

ଗଡି ଗଡି ଯାଏ ସବୁ ଦୁଃଖ ନେଇ

ଖୋଲିଦିଏ ମୁକ୍ତି ପଥ ।

କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ

ବନ୍ଦାଣ ହୁଏ ବୋଇତ ।

ସର୍ବ ପାପ ନାଶ କରିଯାଏ ଜାଣ

ସୁଖ ପାଆନ୍ତି ଭକତ ।

ମାର୍ଗଶିର ମାସ ଶେଷ ଗୁରୁବାରେ

ଆସିଥାନ୍ତି ଲକ୍ଷ୍ମୀ ମାତ ।

ଘର ଘର ବୁଲି ଦୁଃଖ ବୁଝିଥାନ୍ତି

ଉଡାଇ ତାଙ୍କର ନେତ ।

ବୈଶାଖ ମାସରେ ପ୍ରଭୁ ବିରାଜନ୍ତି

ଦିଅନ୍ତି ଭକ୍ତ ଦର୍ଶନ ।

ସର୍ବ ଭକ୍ତ ଜନ କରିଣ ଦର୍ଶନ

ଲଭିଥାନ୍ତି କୋଟି ପୁଣ୍ୟ ।

ସେଥି ପାଇଁ ବୋଧେ ଏ ଚାରି ମାସ

ଅଟଇ ଧରମ ମାସ ।

ଭଗତ ଜନେ ସାଧୁ ଗୁଣି ଜନେ

କରନ୍ତି ନିତ୍ୟ ହବିଷ ।

ଆସିଥାଏ ଯେବେ କାର୍ତ୍ତିକ ମାସଟି

ଲାଗଇ କେତେ ଆନନ୍ଦ ।

ଦିଶଇ ଆକାଶେ ତାରାଫୁଲ କେତେ

ଶୁଭୁଥାଏ ଶଙ୍ଖ ନାଦ ।

ଘରେ ଘରେ ହୁଏ ଭଜନ କିର୍ତ୍ତନ

ମାଁ ବୃନ୍ଦାବତୀ ପାଶ ।

ପୁରାଣ ପାଠରେ ପ୍ରକମ୍ପିତ ହୁଏ

ଝରୁଥାଏ ସୁଧା ରସ ।

ନଦୀ ତୀର ପୁଣି ପଡଇ ଉଛୁଳି

ହୁଳହୁଳି ଶଙ୍ଖ ନାଦେ।

ସ୍ମରଣ କରିଣ ଉତ୍କଳର ଗାଥା

ଗାଉଗାଉ ପ୍ରତିପାଦେ।

ଗର୍ବ ଲାଗେ ଶୁଣି ଇତିହାସ କଥା

ମନେ ପଡେ ବୋଇତକୁ ।

ସାଧବ ପୁଅ ଯେ ଆଣୁ ଥିଲେ ଧନ

ଆମ ଏହି ରାଇଜକୁ ।

ଅଛି ପରମ୍ପରା ଅଛି ଯେ ସଂସ୍କୃତି

ଲିଭିବନି ଜମା କେବେ ।

ମନ ଉଲ୍ଲାସରେ ଭସାଇବା ଚାଲ

ଏକ ହୋଇ ନାଆ ସର୍ବେ।

ଆସ ଲୋ ସଙ୍ଗାତ ଆସ ଲୋ ମିତଣୀ

ଆସ ଆସ ସୁଧି ଜନ ।

ଆକାମାବୈ ବୋଲି ପ୍ରଭାତୁ ପ୍ରଭାତୁ

କରିବା ବୋଇତ ବନ୍ଦାଣ ।

*****************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା ,

ଜିଲ୍ଲା - କଳାହାଣ୍ଡି ।

ଦୂରଭାଷ -୯୧୭୮୨୨୫୭୬୪


Rate this content
Log in