ଠାକୁର
ଠାକୁର
1 min
6.6K
ଭୋଗରାଗ ଧରି
ଠାକୁରଙ୍କୁ ବରି
କରିଲି ପୂଜା,
ଫଳମୂଳ ଦେଇ
ଖାଇଲେନି ନେଇ
ବଢେଇ ଭୁଜା।
ବିପଦ ପଡ଼ିଲେ
ଠାକୁର କୁଆଡେ
ଶୁଣନ୍ତି କଥା ,
ମାଆ ଆମପାଇଁ
ଠାକୁରଙ୍କୁ ଯାଇ
ପିଟନ୍ତି ମଥା।
ମନ ମାନେନାହିଁ
କେବେ ଦେଖିିିନାହି
କାହାାନ୍ତି ପ୍ରଭୁ,
ରହିଛନ୍ତି ଛପି
ଶୁଣନ୍ତିନି ଜପି
ମନ୍ତର ସବୁ।
ଦିନେ ଦିପହରେ
ଲୋକଟି ଭୋକରେ
କହିିିଲା ପୁଅ,
କିଛି ଖାଇନାହି
ପରାଣଟା ପାଇଁ
ମୁଠାଏ ଥୁଅ।
ବାଢିିିଦେଲି ଭାତ
ବଢାଇଲା ହାତ
ସେତକ ଖାଇ,
ବଢୁତୋର ଆୟୁ
କୋଟିିିପରମାୟୁ
ତୁଣ୍ଡରୁ ଗାଇ।
ବୁଝିଲି ଠାକୁର
ନାହାନ୍ତିପଥର
ମୂରତି ଥୋଇ,
ନର ନାରାୟଣ
ପୂଜା କଲେ ଜାଣ
ଅନ୍ତର ଧୋଇ।