STORYMIRROR

Bunee Tripathy

Others

4  

Bunee Tripathy

Others

ନ୍ୟାୟ ଅନ୍ଯାୟ

ନ୍ୟାୟ ଅନ୍ଯାୟ

1 min
349


ନ୍ୟାୟ ଅନ୍ୟାୟର ଗୋଲକଧନ୍ଦାରେ

   ମଣିଷ ହୁଏତ ଛନ୍ଦି

ହରଡ ଘଣାରେ ପଡିଯାଏ ଯେବେ

   ଅନ୍ୟାୟକୁ ନିଏ ବାନ୍ଧି।


ସତ୍ୟର ପଥରେ ଚାଲୁଚାଲୁ ଯେବେ

  ବାଟରେ ପଡଇ ଝୁଣ୍ଟି

ଅସତ୍ଯକୁ ସିଏ ଆପଣାର ମଣେ

   ନିଅଇ ଭୁଲ ନିଷ୍ପତ୍ତି।


ନ୍ୟାୟ ପଥେ ରହି ରାଜା ହରିଶ୍ଚନ୍ଦ୍ର

  ମଶାଣି ରକ୍ଷକ ହେଲେ

ନିଜ ପୁତ୍ର ଶବ ସଂସ୍କାର ନିମନ୍ତେ

  ପାଉଣା ପରା ମାଗିଲେ।


ରାଜା ରାମଚନ୍ଦ୍ର ପିତୃ ସତ୍ୟ ପାଇଁ

   କରିଲେ ତବ ବନବାସ

ସହିଲେ ଯାତନା ବନବାସୀ ହୋଇ

   ମନେ ନଥିଲା ତ ରୋଷ।


ଅନ୍ୟାୟ ପଥରେ ବିଜ୍ଞ ଦଶାନନ

  ସ୍ବର୍ଣ୍ଣ ଲଙ୍କା କଲା ଧ୍ବଂସ

ପର ଦାରା ପରା ଜନନୀ ସମାନ

   ହରଣେ ତେଜେ ନିଃଶ୍ବାସ।


ନ୍ୟାୟର ପଥତ ହୁଅଇ ଖସଡ଼ା

   ଚାଲେ ଯିଏ ଜିତେ ସେହି

ଅନ୍ୟାୟ ଅଟଇ ଫୁଲଠୁ କୋମଳ

   ଧ୍ବଂସ ଅର୍ନିବାଜ୍ଯ ହୋଇ।



Rate this content
Log in