Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଟୁପଟୁପୁରିଆ ବରଷା

ଟୁପଟୁପୁରିଆ ବରଷା

1 min
6.8K


ଟୁପଟୁପୁରିଆ ବରଷା

ବାସୁଦେବ ଥାଟ୍ଟୋଇ

ଟୁପଟୁପୁରିଆ ବରଷା ,

ବେଙ୍ଗ ଡେଇଁଡେଇଁ ନାଚଇ ଖୁସିରେ

ଘରେ ବେଙ୍ଗୁଲୀ କରୁଛି ଆରିସା ।

ପଚପଚ ହୁଏ କାଦୁଅ ,

ବଗ ବଗୁଲୀର ବାହାଘର ହବ

ଯାଇ ଶିରାବଣ ଆସୁ ଭୋଦୁଅ ।

ହୁଳହୁଳି ଦିଏ ଡାହୁକ ,

ବିଲୁଆର ବଳ ବଢେ ରାତି ହେଲେ

କଙ୍କଡାକୁ ମାରି ସାଜେ ପାଇକ ।

ଗୋଳିପାଣି ଗଲା ନଇରେ ,

ନଇବଢି ଦୃଶ୍ୟ କୁମ୍ଭୀର ପଢାଏ

ପିଲାଙ୍କୁ ତା ଡାକି ପଢା ବହିରେ ।

କାଉକଣ୍ଠ ପଡି ଗଲାଣି ,

ବାଇଚଢେଇ ତା ଦୋଳିରେ ଝୁଲୁଛି

ଝଡିପୋକ ତ ବ୍ୟାୟମ କଲେଣି ।

ପୁଷି ଚଢିଲାଣି ସଙ୍ଗାରେ ,

ସାଧବ ବୋହୁକୁ ସଜ କରିଦିଅ

ଯିବ ବସିକି କାଗଜ ଡଙ୍ଗାରେ ।

ସୂରୁଜ ଶୋଇଲା ନିଦରେ ,

ଚଷାଭାଇ ତା’ର ହୋଇ ତରତର

ମିଠା ଗୀତ ଗାଏ ମନବୋଧରେ ।


Rate this content
Log in