STORYMIRROR

Ajaya Mahala

Others

3  

Ajaya Mahala

Others

ପୁରୁଣା କୂଅ

ପୁରୁଣା କୂଅ

1 min
14.2K


ଏଇ କୂଅ

ନୂଆ ନୂଆ

ହାତ ଧରାଧରି ହୋଇ

କେବେ ଛିଡା ହୋଇଥିଲେ

ଯାହା କଡେ

ଯେଉଁଠି ଆମ ପ୍ରେମ ଥିଲା

ତାର ଛଳ ଛଳ ସୁଶୀତଳ ଜଳ

ସୂର୍ଯ୍ୟର କିରଣ

ପ୍ରତିଫଳିତ ହୋଇ

ଚମକାଉ ଥିଲା

ପ୍ରେମରେ ଓଦା ସରସର

ସେଇ କୂଅର ଚିକ୍କଣ କାନ୍ଥକୁ

ତା ପାଖରେ ଛିଡ଼ାହୋଇ

ଆମେ ବି ଦେଖୁଥିଲେ

ପରସ୍ପରର ଅଚିହ୍ନା ଛାଇକୁ

ଆଉ ଭଲ ପାଇ ବସିଥିଲେ

ସେ କୂଅ ଭିତରୁ ଭାସି ଆସୁଥିବା

ଆମ ଗୁଣୁଗୁଣୁ ଗୀତ ଗୁଡିକର

ପ୍ରତିଧ୍ଵନିକୁ

ଚାଲୁ ଚାଲୁ ବାଟ

କେବେ ରାଗରୁଷା ହୋଇଗଲା

କୂଅର କିଛି ଦୋଷ ନ ଥାଇ ବି

ରାଗରେ ପକାଇଦେଲି

ଛେଲାଏ ମାଟି

ତା ଭିତରକୁ

ହାରିବା ପଣ କାହା ଭିତରେ ଥିଲା କି?

ତୁମେ ତାଳରେ ତାଳ ମିଳାଇଲ

ପ୍ରତ୍ୟୁତ୍ତରରେ ପକାଇ ଦେଲ

ଆଉ ଦୁଇ ଝୁଡ଼ି ମାଟି

ଏକ, ଦୁଇ, ଚାରି ଆଉ ଆଠ କରି

ଦୁହେଁ ମିଶି

କେତେ ଶୀଘ୍ର ପୋତି ଦେଲେ

ସେଇ ସୁନ୍ଦର କୂଅଟିକୁ

ଯାହା ଭିତରେ

କେଡେ ସହଜରେ ହଜିଗଲା

ବିତିଲା ଦିନର ସବୁ ଶୀତଳତା

ଆଉ ଗଭୀରତା

ଜୀବନ ତ ଏମିତି ହୋଇଗଲା

ଯେମିତି ଆଉ କାହାପାଇଁ

କୂଅର ଆବଶ୍ୟକତା ହିଁ ନାହିଁ

ଯୁଗଟିଏ ବିତିଗଲା

ଆଉ କେବେ ହାତ ଧରାଧରି ହୋଇ

ଠିଆ ହୋଇନେ

ସେହି କୂଅ କଡେ

କେବଳ ଅଲଗା ଅଲଗା ଯାଇ

ଦେଖି ଆସୁଛି ଯାହା

ଦୁର୍ଦ୍ଦଶାଗ୍ରସ୍ତ ସେହି କୂଅଟିକୁ…..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍