Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

4.8  

Ranjan Kumar Brahma

Others

ବିରହ ବିଳାପ

ବିରହ ବିଳାପ

1 min
6.9K


ଅସମୟଟାରେ ଆସିଲୁ ଯେ

ଚାହିଁଲେ ବି ଅଟକାଇ ପାରୁନି ।

ଆଉ ଆଠ ଦିନ ପରେ ଆସିଥିଲେ

ମୋ ତଳି ଘେରା ବଞ୍ଚି ଥାନ୍ତା

ଭାତ ହାଣ୍ଡି ପାଇଁ

ବେଶ କିଛି ବନ୍ଦୋବସ୍ତ କରି

ଚେନଏ ହସ ସଭିଙ୍କୁ ବାଣ୍ଟି ପାରନ୍ତି । ୧।

ମୁଁ ମୌସୁମୀ ସଙ୍ଗରେ ଆସୁଛି

ଭୟ କରନା ।

କାନ୍ଧରେ ହଳ ବଳଦକୁ ଆଡେଇ

କ୍ଷେତକୁ ମାଡ଼ି ଚାଲ କହି

ଅଧ ବାଟରେ ଅଟକି ଗଲୁ ଯେ

ତରୁ କୀଟ ଜୀବ ଜଗତଠୁ

ତୁ ଆଦୌ ପ୍ରଶଂସା ପାଇବୁନି ।

"ସର୍ବେ ଚଳିବେ କାଳ ବେଳେ

ଯଶ ରହିବ ମହୀ ତଳେ " । ୨ ।

ନାହିଁ କରି ଥିଲେ

ନା ମୁଁ ତୋତେ ବାଧ୍ୟ କରିଥାନ୍ତି

ମୋ ସହ ସାଥ୍ ଦେବା ପାଇଁ ।

ପୂର୍ବରୁ ଜାଣି ଥିଲେ

ମୋ ବ୍ୟବସ୍ଥା ନିଶ୍ଚେ କରିଥାନ୍ତି

ଦୂର ପର୍ବତ ପରି ଦୂର ବନ୍ଧୁ ସୁନ୍ଦର

ହେଲେ, ତୋ ପରି ତଟି କଟା ନୁହେଁ ।

ରଂଜନ କୁମାର ବ୍ରହ୍ମା

ଶିକ୍ଷକ-CRCC, ଚିକିଟୀ )


Rate this content
Log in