କହରେ କାଳିଆ ଇଛାଟା ତୋହର
କହରେ କାଳିଆ ଇଛାଟା ତୋହର
1 min
6.8K
ଶିରୀ ମନ୍ଦିରକୁ ଫେରିବେ ସାଆନ୍ତେ
ବଡ଼ଦାଣ୍ଡ ଜଳାନବ
ଦର୍ଶନ ପାଇଁକି ଆସିଲେକି ଆଉ
ସ୍ବୟଂସେ ବରୁଣ ଦେବ....!!!
ମନରେ ସଂଶୟ ମାଳିକା ବଚନ
ସତେକି ବା' ସତ୍ୟହେବ
କଳ୍କୀ ଅବତାରେ ଏହିଠାରୁ କିବା
ଭକ୍ତଦୁଃଖ ପ୍ରଶମିବ....!!
ଭକତ ଲୁହରେ ହେଲାକି ପ୍ରଳୟ !
କିବା ରୋଷ ଇନ୍ଦ୍ରଦେବ
କହରେ କାଳିଆ ଇଛାକି ତୋହର
ପହଣ୍ଡି ନାବରେ ହବ....!!!