ଗାଦି
ଗାଦି
1 min
252
ରାଜନୀତି ବଡ ଧନ୍ଦା ସଙ୍ଗାତଲୋ
ରାଜନୀତି ବଡ଼ ଧନ୍ଦା
ଯିଏ ବୁଝିଛି ଚନ୍ଦା ହୋଇଛିଲୋ
ନବୁଝିବା ଲୋକ ଚନ୍ଦା ଲାଗେ ଅଡୁଆ ଧନ୍ଦା ll
କେତେ ସ୍ଲୋଗାନ ଦିଅନ୍ତିଲୋ ଏଠି
ଗାଦି ପାଇବା ପାଇଁ
ଗାଦି ମିଳିଲେ ଭୂଲି ଯାଆନ୍ତି ଲୋ
କିଏ ବାପା ମା ଭାଇ ll
ନିତିନିତି ଏଠି ହଣାକଟା ହୁଏ
ଖେଳ ଚାଲେ ପଇସାର
କିଏ ଜିତେ କିଏ ହାରେ ପୁଣି ଏଠି
ବନ୍ଧା ଭାଗ୍ୟ ହାତର ll
ମୁଁ କାର ଶବ୍ଦରେ କମ୍ପାତି ଲୋ ଏଠି
ଭୋଅଟ ପାଇବା ପାଇଁ
ଭୋଅଟ ମିଳିଲେ ଚୁପ ହୋଇଯାନ୍ତି
ରାଜଗାଦିକୁ ପାଇ ll
ଗାଦିନିଶାଟି ଯେ ବଡ ମାରାତ୍ମକ
ଭରିଦିଏ ଅହଂ ଭାବ
ବୁଝି ପାରନ୍ତିନି ମାୟାଧର ମାୟା
ବଦଳି ଯାଏ ସ୍ଵଭାଵ ll
ସୁକାନ୍ତି ହୋତା
ତାଳଚେର
7008819476