Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Others

3  

Kamala Satpathy

Others

ବଦଳି

ବଦଳି

1 min
373


ସରକାର ନୀତି କରିଥିଲେ ହେବ

ଛଅ ବରଷେ ବଦଳି

ରାଜଧାନୀ ମାଟି ଛାଡିବା କଥାରେ

ମନଟା ଯାଏ କୁହୁଳି ।

କିଏ ଯିବ ସେଇ ଅନ୍ଧାରୀ ମୂଲକେ

ହାତ ଗୋଡ କରି ଅକାମୀ

ଗାଡି ପାଇଁ ଯହିଁ ସଡକଟେ ନାହିଁ

କରନ୍ତିନି କେହି ଗୁଲାମୀ ।

ବରଷା ହୋଇଲେ କାଦୁଅରେ ବୁଡି

ଯହିଁ ପଡୁଥାଏ ଯିବା

ଗରମ ଦିନରେ ଏ.ସି. କଥା ଛାଡ

ପଙ୍ଖା ବି ହଲେନି ବାବା !

ଧତଡା ଅଫିସି, ଧତଡା ଚଉକି

ଧତଡା ଫାଇଲି ପତର

ସେପରି ଜାଗାରେ ଅଫିସି କାହିଁକି

କରୁଛନ୍ତି ସରକାର !

ରାଜଧାନୀ ରୂପ ବଡ ମନଲୋଭା

କିଏ ବା ଯିବଟି କାହିଁ

ପିଚୁ ରାସ୍ତା ଛାଡି, ଅଟୋ ବସ୍ ଛାଡି

ଗଲେ କି ପାରିବି ରହି ?

ମଶା ମାଛି ଭରା ସେ ବଣଭୂଇଁକୁ

କେମିତି ଯିବି ମୁଁ ଧାଇଁ

ଘରେ ମୋର ରୋଗୀ ଅଟନ୍ତି ସଭିଏଁ

ବଦଳି ରୋକି ଦେ ଭାଇ !

କେତେ ଫନ୍ଦି କରି, ମାଡି ମକଚିକି

ପାରିଛି ଏଠି ଯେ ରହି

ଏମିତି କେମିତି ଚାଲିଯିବି ଏଠୁ

ସବୁ କିଛି ଛାଡିଦେଇ ?

ଜାଗା କିଣିଅଛି କରିବି ଘର ମୁଁ

ରାଜଧାନୀ ଛାତି ପରେ

ଯୋଜନା ଭଣ୍ଡୁର ହୋଇଯିବ ସବୁ

ଏଇ ଥର ବଦଳିରେ !

ପିଲାଙ୍କର ପଢା ସରିନାହିଁ ମୋର

ସରିନି ବି ବାହାଘର

ବୁଝୁନାହିଁ ଦୁଃଖ କର୍ମଚାରୀଙ୍କର

କେମିତି ଏ ସରକାର ?

ଅଛି ଯେ ସେପଟେ ଦଶ ବରଷରୁ

ହୋଇଯାଇଛି ଅଭ୍ୟାସ

ଏତେ ବର୍ଷ ପରେ ଆସିଲେ ଏଠିକୁ

ଉଡିଯିବ ତା’ ଫକାସ !

ଏତେ ଆରାମରେ ଚଳିବାର କଷ୍ଟ

ପାରିବନି ସେ ଉଠେଇ

ତାଙ୍କ ଭଲ ପାଇଁ ଗୁହାରି କରୁଛି

ବଦଳି ରୋକିଦେ ଭାଇ ।

ଗାଡି ମଟରର ଅଭ୍ୟାସ ପଡିଛି

ପଡିଛି ବି ବୁଲାବୁଲି

କାହିଁ ଦାଉ ସାଧି ଭାଇ ତୁ ମୋହର

କେବିକେ କରୁ ବଦଳି !

ନା ଅଛି ମଅଲ, ନାହିଁ ବି ହୋଟେଲ

କେମିତି ଯିବ ସମୟ

ଦିନ ରାତି ଗଛ ପତରକୁ ଚାହିଁ

କେମିତି ଧରିବି ଥୟ !

ବନ୍ଧୁ ପରିଜନ ରହିବେ ଏପଟେ

ଯିବି ମୁଁ ଦୂର ବିଦେଶ

ଆଖିରୁ ଲୋତକ ଧାର ଧାର ବୋହି

ପକୋଉଥିବି ନିଶ୍ୱାସ !

ଦରମା ଯେତିକି ଦଉଛି ସର୍କାର

ପେଟ ପିଠି ଜାଣୁନାହିଁ

ବଦଳି ହୋଇଲେ ଉପୁରି ଭରଣା

କୋଉଠୁ କରିବି ଭାଇ !

ଗୋଟିଏ ସର୍ତ୍ତରେ ଯିବି ମୁଁ ସେଠିକୁ

କହି ଦଉଛି ଆଗରୁ

ରାଜଧାନୀ ପରି ସୁନ୍ଦର କରିବ

ମୁଁ ସେଠିକୁ ଯିବା ପୂର୍ବରୁ !

ନହେଲେ ବଦଳି କାଗଜ ନେବିନି

କହୁଛି ଶୁଣ ହେ ସର୍ବେ

ମାସେ ଛୁଟି କ’ଣ, ଦେହ ଖରାପରେ

ରହିବି ଘରେ ମୁଁ ବର୍ଷେ !

               -0-

            

            



Rate this content
Log in