Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ଶରତର ଦୃଶ୍ୟପଟ

ଶରତର ଦୃଶ୍ୟପଟ

1 min
402



କେତେ ହୃଦୟର ଅକୁହା କାହାଣୀ

କେତେ ଯେ ଆଖିର ତାରା

କେତେ ମରମର ଅନ୍ତହୀନ ବ୍ୟଥା

କେତେ ଦୀର୍ଘଶ୍ୱାସେ ଭରା I

ବର୍ଷା ଜାଳିଦେଲା କେତେକେତେ ପ୍ରାଣ

ଲିଭିଗଲା ଆଖି ଜ୍ୟୋତି

ଆଶାର ଆକାଶେ କଳା କଳା ମେଘ

ଅଜଣା ଅଶୁଣା ପ୍ରୀତି I

କାଶତଣ୍ଡୀ ବଣେ ହଜିଗଲେ ମନ

ହଜେ ସେ କରୁଣ ସ୍ୱର

ନୀଳ ସରୋବରେ ନୀଳ କଇଁ ହସେ

ହସେ ନୀଳ ସରୋବର I

ବାଦଲ ଉହାଡେ ବର୍ଷା ଲୁଚିଯାଏ

ଝାପ୍ସା ଝାପ୍ସା ଦିଶେ ଛାଇ

କାହିଁ କେତେଦୂରେ ଆଲୋକ ବର୍ତ୍ତିକା

ଜହ୍ନ ମାରିଲାଣି ହାଇ I



Rate this content
Log in