Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

କଠୋର ସତ୍ୟ

କଠୋର ସତ୍ୟ

1 min
221


ରୋଜା ପଣ୍ଡା


ମୃତ୍ୟୁ ,

ଆସେନାହିଁ କେବେ ସିଏ ସୂଚନା ଦେଇ

ଅଚାନକେ ଆସିଯାଏ ବାହା ମେଲେଇ

ନିଷ୍ଠୁର, କ୍ରୁର ରୂପ ଦେଖାଇ ତାର

ବାଛିନିଏ ମିଠା ଫଳ ଚାଖିବା ପାଇଁ ।।


ମୃତ୍ୟୁ,

ପଦାର୍ପଣ କରେ ବିନା ଆମନ୍ତ୍ରଣରେ

ଆଜୀବନ ନିଦ୍ରା ଭରେ ପ୍ରାଣୀ ଆଖିରେ

ହସୁଥାଏ ଅନ୍ୟକୁ ସେ କନ୍ଦେଇ ଦେଇ

ହାରିଯାଏ ପ୍ରାଣୀ ତାର ସତ୍ୟ ଆଗରେ ।।


ମୃତ୍ୟୁ,

ଏକମାତ୍ର ସତ୍ୟ ବୋଲି ବାରମ୍ବାର ସୂଚାଏ

ତଥାପି ପ୍ରାଣି ଜଗତ ତାକୁ ଭୁଲିଯାଏ

ବଞ୍ଚିବାର ମିଛ ଆଶା ନେଇ ଅହରହ

କାନ୍ଦୁଥାଏ ପ୍ରିୟଜନ ମୃତ୍ୟୁ ଦେଖି ସିଏ ।।


ମୃତ୍ୟୁ,

ଘଡିକ ଆଗମନରେ ଧୋଇନିଏ ସବୁ

ପଲଙ୍କ ବଦଳେ ଦିଏ କୋକେଇ ଟେ ବାବୁ

ସାଙ୍ଗରେ ସେ ନିଏନାହିଁ କାଣିଚାଏ ଧନ

ମିଛ ଲୋଭ କରି ଆଉ କି ଲାଭ ପାଇବୁ ।।


ମୃତ୍ୟୁ,

ରୂପ ତାର କ୍ରୁର ସିନା ପ୍ରାଣୀ ଭୟ କରେ

ତାଠାରୁ ବିଶ୍ୱାସୀ କେହି ନାହିଁ ଜଗତରେ

ଜୀବନ ଯନ୍ତ୍ରଣାରୁ ମୁକ୍ତି ଦେଇ ସିଏ

ହାତଧରି ନେଇଯାଏ ମହା ଆଲୋକରେ ।।


ମୃତ୍ୟୁ,

ଯଦ୍ୱାରା ଜୀବନ୍ତ ପ୍ରାଣୀ ମୋକ୍ଷ ପ୍ରାପ୍ତି ହୁଏ

ମିଛ ମୋହମାୟାରୁ ସେ ମୁକ୍ତି ପାଇଥାଏ

ଜଞ୍ଜାଳମୟ ଜୀବନ ତ୍ୟାଗୀ ଆନନ୍ଦରେ

ପରମାତ୍ମାଙ୍କ ପୟରେ ଲୀନ ହେଇଯାଏ ।।


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in