Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2.5  

Raja Sekhar CH V

Others

ଭକ୍ତ ସାଲବେଗ

ଭକ୍ତ ସାଲବେଗ

1 min
7.5K


ରଚନା : ଶ୍ରୀ ରାଜଶେଖର ସି "ଚିମା"

ଭକ୍ତ ସାଲବେଗଙ୍କର କେତେ ଯେ ସ୍ମୃତି,

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ମାର୍ଗରେ କରିଲେ ସଦ୍‌ଗତି |

ଚକାଆଖିଙ୍କ ପ୍ରତି ଥିଲା ତାଙ୍କର ଆସକ୍ତି,

ତାଙ୍କ ଉପାସନାରେ ନିତ୍ୟେ ଥିଲା ଅନୁରକ୍ତି |

ନ ଥିଲା ତାଙ୍କର ଜନ୍ମତଃ ସନାତନ ଧର୍ମ,

କାଳିଆ ସାଆନ୍ତଙ୍କ ଧ୍ୟାନରେ ଥିଲା ତାଙ୍କ ମର୍ମ |

ଜଗାଙ୍କ ପ୍ରଶଂସାରେ ରଚିଲେ ଆହେ ନୀଳ ଶୈଳ,

ସମସ୍ତ ଉତ୍କଳବାସୀଙ୍କ ଚିତ୍ତରେ ବିଦ୍ୟମାନ ରହିବ ଚିରକାଳ |

ସକାଳ ସଞ୍ଜବେଳ କରୁଥିଲେ ଶ୍ରୀଜୀଉଙ୍କ ଅନ୍ୱେଷଣ,

ନୀଳାଚଳ ବଡଦେଉଳ ଅନୁଚିନ୍ତନ ଥିଲା ତାଙ୍କ ମାନସମନ୍ଦିରରେ ଅନୁକ୍ଷଣ |

ପୁରୁଷୋତ୍ତମଙ୍କ ଉତ୍ତମୋତ୍ତମ କୀର୍ତ୍ତି ସ୍ତୁତି ଯେ ତାଙ୍କର ଦୈନନ୍ଦିନ କର୍ମ,

ପୂଜନୀୟ କାଳିଆ ସୁନାଙ୍କ ମହନୀୟ କମନୀୟ କୃତି ତାଙ୍କ ଜୀବନର ସୁକର୍ମ |

ଉତ୍କୃଷ୍ଟ ତାଙ୍କ ସୁମଧୁର ସଂକୀର୍ତ୍ତନର ନିର୍ଦ୍ଦିଷ୍ଟ ନିନାଦ,

ଲାସ୍ୟ ଲୟ ପ୍ରଣୟରୁ ହୁଏ ହୃଦୟ ପ୍ରମୋଦ |

ଶ୍ରୀକୃଷ୍ଣଙ୍କ ସଂକର୍ଷଣରେ ବୃନ୍ଦାବନ କରିଲେ ଗମନ ,

ଅନେକ ମହାମୁନି ଅବଦାନ କରିଲେ କହ୍ନେଇ ଲୀଳାର ବୋଧନ |

ବାହୁଡା ଦିନେ ବଡଦାଣ୍ଡରେ ହେଲା ସାଲବେଗଙ୍କ ଆଗମନ,

ଅଚଳ ନନ୍ଦିଘୋଷ ରଥ ସ୍ପନ୍ଦିତ ହୋଇ କରିଲା ଶ୍ରୀମନ୍ଦିର ଅଭିମୁଖେ ପ୍ରସ୍ଥାନ |

ନିଜ ଅନ୍ତଃକରଣର ଗଭୀର ସାଗରରୁ ପ୍ରଦାନ କରିଲେ ଭାବପୂର୍ଣ୍ଣ ଭକ୍ତି ଗୀତ,

ଅନ୍ତରଙ୍ଗ ମାନସ-ବୀଣାରୁ ସୃଜନ କରିଲେ ପବିତ୍ର ଗଙ୍ଗା ତରଙ୍ଗ ସମ ସୁରମ୍ୟ ସାରଙ୍ଗ ସଂଗୀତ |

ଗୋବିନ୍ଦ ପ୍ରେମ ତାଙ୍କ ପାଇଁ ଯେ କୈବଲ୍ୟ ନିର୍ମାଲ୍ୟ ନିତ୍ୟ ,

ପରମ ପୂଜ୍ୟ ପୀତାମ୍ବର ମହାପ୍ରଭୁ ହେଉଛନ୍ତି ଯେ ଜୀବନର ଶେଷ ସତ୍ୟ |

ଜନାର୍ଦ୍ଦନ ଭକ୍ତ ସାଲବେଗଙ୍କ ଆର୍ଦ୍ର ଦିବ୍ୟାନୁଭୂତି ବହୁ ଅତୁଲ୍ୟ,

ତାଙ୍କ ଅମୂଲ୍ୟ ଭଜନ ଆଳାପ ସଂଳାପ ଅତ୍ୟନ୍ତ ଅମୃତ ତୁଲ୍ୟ |


Rate this content
Log in