କର୍ତ୍ତବ୍ୟ ଆମେ କରିଯିବା
କର୍ତ୍ତବ୍ୟ ଆମେ କରିଯିବା
ନିଜ ହାତ ଗଢ଼ା ସୁନା ସଂସାର
ଆମେ ହିଁ ରଖିବା ଆମ ପରିବାର l
ସୁରକ୍ଷା ଦାୟିତ୍ବ ସବୁ ଆମର
କରିବା ନି କେବେ ହତାଦର l
ସଂଯତ ହୋଇବା ରହିବା ନିରାପଦ
ତା ହେଲେ ଆସିବ ନାହିଁ ବିପଦ l
କରୋନା ଭୟରେ ସଭିଏଁ ଆତଙ୍କିତ
ସଚେତନ ହେବା କରିବା ଦୂରୀଭୂତ l
ଧୈର୍ଯ୍ୟ ସାହାସ ମନେ ରଖି
କର୍ତ୍ତ୍ୟବ୍ୟ କରିବା ହସି ହସି l
ବିପଦ ଆସିଲେ ଡରି ବାନି
ମନରେ ଆଶଙ୍କା ରଖି ବାନି l
ଯୁଦ୍ଧ କ୍ଷେତ୍ରରେ ବୀର ସାଜି
ରଖିବା ଆମର ଦୃଢ଼ ବାଜି l
ହାରି ବାନି କେବେ ହାରିବାନି
ଭୀରୁ ହୋଇ କେବେ ଫେଋିବାନି l
ବୀରର ବୀରତ୍ୱ ଦେଖାଇବା
ମୃତ୍ୟୁ ସଙ୍ଗେ ଲଢ଼ି ଜିତି ଯିବା l
ମୋଦିଜୀଙ୍କ ଶପଥ ମାନି ନେବା
ନବୀନ ଙ୍କ ପ୍ରତିଜ୍ଞା ପାଳନ କରିବା l
ଆଗେଇବା ଆମେ ଆଗେଇବା
କରୋନା କୁ ଦେଶୁ ତଡି ଦେବା l
ଆସିବନି କେବେ ଆଉ ଫେରି
ମିଳିମିଶି କାମ କରିଯିବା l
ଆମର ସୁରକ୍ଷା ଦେଶର ସୁରକ୍ଷା
ଜାତି ଇତିହାସ ଲେଖି ଯିବା l
