STORYMIRROR

Snigdha Nayak

Others

5.0  

Snigdha Nayak

Others

ପରିଚୟ

ପରିଚୟ

1 min
547


ମୁକ୍ତ ଆକାଶ ର ବିହଗ ଟିଏ ପରି

ପରିଚୟ ଗଢିବାର ପ୍ରୟାସ ନେଇ

ଡେଣା ମେଲାଇ ଚାଲେ ଆଗେଇ

ଲକ୍ଷ ରଖି ନଭଶ୍ଚୁମ୍ଵୀ ଗିରି ଶିଖରକୁ


ନବ ବସାଟିରେ ହୋଇଯାଏ ଯେବେ ବାନ୍ଧି

ଲାଗିଯାଏ ତା'ଦେହେ ମାନ ମର୍ଯ୍ୟାଦା ର ଶୀଙ୍କୁଳି

କଟିଯାଏ ସବୁପର, ହୋଇଯାଏ ଡେଣା ଶୂନ୍ୟ

ଅଦେଖା କ୍ଷତ ରେ ଭରିଯାଏ ବଦନ

ଅଜଣା ଭୟର ଅଜବ ସେ ଶିହିରଣ


ଆପଣାର କରୁ କରୁ ନିଜେ ବେଡିରେ ବାନ୍ଧି ହୋଇଯାଏ

ହୋଇ ଶ୍ୱାସ ରୁଦ୍ଧ, ସବୁ ବିଶ୍ୱାସ ତୁଟାଇ ଦିଏ

ସମସ୍ତ କାମନା ର ଆହୁତି ଦେଇ,ଇଚ୍ଛାଶକ୍ତିର ବିନାଶ କରିଥାଏ


ଦେହରୁ ନା ବେଡି ଖୋଲିପାରେ

ନା'ସମ୍ପର୍କ ର ଶୀଙ୍କୁଳି ରୁ ବନ୍ଧନ ମୁକ୍ତ ହୋଇପାରେ

ସେଇ ବନ୍ଧନ ର କାରାବାସ ରେ

ବିହଗ ରୂପକ ନାରୀଟି

ଦି'କୂଳ ର ପରିଚୟ ଗଢୁ ଗଢୁ

ନିଜ ପରିଚୟ ହରାଇ

ଅପରିଚିତା ର ପରିଚୟ ଦେଇ

ସ୍ଵହସ୍ତେ ପରିଚୟ ର ଚିତାଟିକୁ

ସଜାଡି ଚାଲିଥାଏ......................

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍