ଆଦିମ ଜୀବନ
ଆଦିମ ଜୀବନ
( ବ୍ୟଙ୍ଗ କବିତା)
ନୂଆ ବରଷ ମୋତେ ଲାଗୁନାହିଁ ସତେ
ନୂଆ ନୂଆ କିଛି ଭାଵନା,
ଆଦିମ ଯୁଗ ସତେ ଆସୁଛି କି ଏବେ
ଛୋଟ ମୋର ପରିକଳ୍ପନା।
ପୁଅ ଝିଅଙ୍କର ଢଙ୍ଗ ବେରଙ୍ଗ ରୂପ
ବଦଳି ଗଲାଗି ଲାଗୁଛି,
ଚିରା ଫଟା ପେଣ୍ଟ ପିନ୍ଧିବାକୁ ଖାଲି
ସଉକ ତାଙ୍କର ଜମୁଛି ।
ଯୁଗ ସିନା ଧିରେ ଧିରେ ବଦଳୁ ଥିଲା
କହୁଥିଲେ ଏଠି ନୟନା,
କିଛିଦିନ ବିତିଲେ ଦେଖିବ ଜଗତ
ପିନ୍ଧୁଥିବେ ସେ ଛିଡ଼ା କନା ।
ଆଗ ଯୁଗେ ମଣିଷ ବଞ୍ଚୁଥିଲା ସିଏ
ଶହେ ବରଷର ଉପରେ,
କିନ୍ତୁ ଆଜିକା ଯୁଗରେ ପଚାଶ ଟପିଲେ
କର୍କଟ ରୋଗରେ ସେ ମରେ।
କାହିଁ ଆଗ ଯୁଗେ ଏତେ ନ ଥିଲା ରୋଗ
ଏବେ କାହିଁ ଏତେ ଯନ୍ତ୍ରଣା,
ବୁଝିବା ଲୋକମାନେ ବୁଝି ଯାଅ କଥା
ଶେଷେ ଧରିଥିବ ଖଞ୍ଜଣା ।
ହରି ନାମ ସିନା ଏବେ ଧରିବାକୁ
ଲାଗେ ତମକୁ ସିନା କଷ୍ଟ,
ଶେଷ ସମୟରେ ପୁଣ୍ୟ କରି କିଛି
ହୁଅ କାହିଁ ଯେ ପଥଭ୍ରଷ୍ଟ।
ବେଳ ଥାଉ ଥାଉ ବଦଳି ଯାଅ ତୁମେ
ଧର୍ମ କାର୍ଯ୍ୟ ମନେ ସୁମରି,
ଶେଷ ସୋପାନ ଆଉ କିଛିଦିନ ଅଛି
ଜପ ମନରେ ହରି ହରି ।
ଆଦିମ ଯୁଗ ଭାବନାକୁ ପଛେ ଫିଙ୍ଗି
ଆମେ ସବୁ ଏକାଠି ମିଶି,
ନୂତନ ଭାବନାକୁ ସ୍ଵାଗତ କରିବା
ଏହି ଆମ ଭାରତ ବାସୀ।
◆ କେ.ନିର୍ମଳ
◆ ଭଦ୍ରକ,ବାସୁଦେବପୁର(ଜଗନ୍ନାଥି)
◆ ମୋବାଇଲ:-୯୫୬୬୧୧୩୬୦୭
◆ Gmail:-nirmaln270@gmail.com