STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଚନ୍ଦ୍ଧଘଣ୍ଟା ରୂପେ ପୂଜନ

ଚନ୍ଦ୍ଧଘଣ୍ଟା ରୂପେ ପୂଜନ

1 min
166

ନବରାତ୍ରେ ଯହିଁ ତୃତୀୟ ଦିବସେ

 ପୂଜନ ମା ଦୁର୍ଗାଙ୍କର 

ଚନ୍ଦ୍ରଭାଗା ରୂପେ ପୂଜନ ତାଙ୍କର

 ପ୍ରେମ ଭକ୍ତି ଓ ଶ୍ରଦ୍ଧାର।


ପୂଜନ କରିଲେ ଚନ୍ଦ୍ରଭାଗା ରୂପେ

 ମିଳେ ଶୁଭାଶିଷ ତାଙ୍କୁ 

କୃପା ଦୃଷ୍ଟି ଥାଏ ସର୍ବଦା ଉପରେ

 ନ ଆସେ ବିପଦ ତାଙ୍କୁ।


ଘନ ନୀଳ ବସ୍ତ୍ରେ ପରିଧାନ ଯହିଁ

 ମହିଳାଙ୍କ ପରିଧାନ।

ଐଶ୍ୱରୀୟ ଶକ୍ତି ଆବିର୍ଭାବ ହୁଏ

 କଲେ ବସ୍ତ୍ର ପରିଧାନ।


ରୂପ ଚନ୍ଦ୍ରଭାଗା କରିଲେ ପୂଜନ

 ଦୁଃଖ ହୋଇଯାଏ ଦୂର 

ସୁଖ ଓ ଆନନ୍ଦ ହୁଏ ଆବିର୍ଭାବ

 ଚିନ୍ତା ହୋଇଯାଏ ଦୂର।


ଆତ୍ମନିର୍ଭରଟି ଅଙ୍କୁରିତ ହୁଏ

 ହୁଏଟି ଆତ୍ମବିଶ୍ୱାସ 

ନୂଆ ଆବିଷ୍କାର ହୁଏ ରାଷ୍ଟ୍ର ମଧ୍ୟେ

 ଦୁର୍ଗାଙ୍କ ହୁଏ ଆଶିଷ।


ତୃତୀୟ ଦିବସେ ଘନ ନୀଳ ବସ୍ତ୍ର

 ପିନ୍ଧିଥାନ୍ତି ଯତ୍ନ କରି 

ବିନ୍ଧି ଏହୁ ବସ୍ତ୍ରେ ମହିଳା ନାଚନ୍ତି

 ନମଃ ଦୁର୍ଗା ଦୁର୍ଗା କରି।


ଭକ୍ତିର ପାର୍ବଣ ଆଦିଶକ୍ତିଙ୍କର

  ପଟାନ୍ତର ନାହିଁ କାର 

ଭକ୍ତିର ପ୍ରେମର ଶ୍ରଦ୍ଧାର ଗୁଞ୍ଜନ

 ବର୍ଣ୍ଣିବାର ଶକ୍ତି କାର।


ଜଗତର ମାତା ମାତା ଶକ୍ତିରୂପା

  ମାତା ବିନୁ ଗତି କାହିଁ 

ନିଃସ୍ୱାର୍ଥ ଭକ୍ତିରେ କଲେ ଆରାଧନା

  ଆଶୀର୍ବାଦ ତାଙ୍କ ତହିଁ।


ଚନ୍ଦ୍ରଭାଗା ରୂପେ ଆଜିର ପୂଜନ

 ଦୁର୍ଗା ପେଣ୍ଡଲରେ ଯହିଁ 

ଚନ୍ଦ୍ରଭାଗା ନାମ ଗୁଞ୍ଜନ କରୁଛି

  ପ୍ରେମ ଆଦରରେ ତହିଁ।


ସଙ୍କଟ ତାରିଣୀ ଜଗତ ଜନନୀ

  ପୂଜାର୍ଚ୍ଚନା ହୁଏ ଆଜ 

ଚନ୍ଦ୍ରଘଣ୍ଟା ରୂପେ ପୂଜନ ତାଙ୍କର

 ତୃତୀୟ ଦିବସେ ଆଜ।


ମହିଷାସୁରକୁ ମାରିଲ ହେ ମାତା

 ଧର୍ମର ରକ୍ଷାର ପାଇଁ 

ରାଷ୍ଟ୍ରରେ ଅନ୍ୟାୟ ନିର୍ମିତ ହେଉଛି

 ପାପୀଙ୍କ ସ୍ୱାର୍ଥର ପାଇଁ।


ବିନାଶ କରହେ ଆଦିଶକ୍ତି ମାତା

 ରାଷ୍ଟ୍ରର ସୁରକ୍ଷା କର 

ପବିତ୍ର ଭାରତ ଖଣ୍ଡିତ ନହେଉ

 ଶତ୍ରୁ ଠାରୁ ରକ୍ଷା କର।



Rate this content
Log in