STORYMIRROR

Ajit Kumar Raut

Others

3  

Ajit Kumar Raut

Others

🎂🎂କରୋନର ଟିକା🎂🎂

🎂🎂କରୋନର ଟିକା🎂🎂

1 min
156


ଅଦୄଶ୍ୟ ରୋଗଟି ଅତି ଭୟଙ୍କର

କରୋନା ନାମଟି ଏହି

ଅଦୄଶ୍ୟେ ରହିଣ ଯନ୍ତ୍ରଣା ଦେଉଛି

ମହାମାରୀ ଅଟେ ସେହି।୧।


କରୋନାର ଟୀକା ପ୍ରଯୋଜନ ଏବେ

ଟୀକା ଲଗେଇବା ସର୍ବେ,

ମାନବ ସମାଜ ନିରୋଗ ପାଇଁ ହିଁ

ଅତି ଆବଶ୍ୟକ ଏବେ।୨।


ଅଦୄଶ୍ୟ ରୋଗର ପ୍ରତିକାର ପାଇଁ

ଆବଶ୍ୟକ ଏହି ଟୀକା ,

ଟୀକା ଲଗେଇଣ ନିରୋଗ ହୋଇବା

ଲଗେଇବା ଏହି ଟୀକା ।୩।


ଜାଗ୍ରତ କରିବା ଜନେ ଜନେ ଭାଇ

କର୍ତ୍ତବ୍ୟ ହିଁ ଏବେ ଆମ,

ନିରୋଗ ହୋଇବେ ଦେଶର ଜନତା

ନ ରହିବ ରୋଗ ଆମ।୪।


ଟୀକା ସଙ୍ଗେ ସଙ୍ଗେ ସୁରକ୍ଷାର ଧ୍ୟାନ

ଅତି ଆବଶ୍ୟକ ଏବେ,

ଦୁଇ ଗଜ ଦୂରି ପାଳନ କରିବା

ମାସ୍କ ଲଗେଇବା ଆମେ।୫।


ମାସ୍କ ପିନ୍ଧି ଆମେ ବାହାରକୁ ଯିବା

ହାତ ଧୋଉଥିବା ଆମେ,

ସାବୁନରେ ହାତ ଧୋଉ ଥିବା ଆମେ

ଭିଡ଼କୁ ନ ଯିବା ଆମେ।୬।


ରୋଗର ଚିକିତ୍ସା ଏହି ସବୁ ଅଟେ

ପାଳନ କରିବା ନିତ୍ୟେ,

ଅଦୄଶ୍ୟ ରୋଗର ଚିକିତ୍ସା ହିଁ ଏହି

ଜୀବନେ ଆଣିବା ନିତ୍ୟେ।୭।


ଆବଶ୍ୟକ ଅଟେ ଟୀକା ଲଗେଇବା

ଦୂରତା ରଖିବା ଏବେ

ଦୂରତ୍ୱ ସଙ୍ଗରେ ମାସ୍କ ପିନ୍ଧିବା ବି

ଆବଶ୍ୟକ ହୁଏ ଏବେ।୮।


ସାବୁନରେ ହାତ ଧୋଇବା ହିଁ ମଧ୍ୟ

ଅତି ଆବଶ୍ୟକ ଏହି,

ତେବେ ଯାଇଁ ଆମେ ବିଜୟୀ ପାଇବା

ଦୁଃଖରେ ନ ଥିବେ କେହି।୯।


ଅଦୄଶ୍ୟ ରୋଗଟି ଅତି ଭୟଙ୍କର

କରୋନା ରୋଗଟି ଏହି,

ଅଦୄଶ୍ୟେ ରହିଣ ଯନ୍ତ୍ରଣା ଦେଉଛି

ମହାମାରୀ ଅଟେ ସେହି।୧୦।




Rate this content
Log in