STORYMIRROR

Biswajit Sahoo

Others

3  

Biswajit Sahoo

Others

କଳା ଠାକୁର

କଳା ଠାକୁର

1 min
269


କିଏ ବା କେମିତି କେତୋଟି ଶବ୍ଦରେ,

କଳ୍ପନା କରିବ ପାରି,

କୋଟି ବ୍ରହ୍ମାଣ୍ଡର ତୁମେ ହିଁ ପାଳକ,

କିଏ ହେବ ତୁମ ସରି।


କଳା କଳେବର କରିଛ ଧାରଣ,

'କଳି'ର ବିନାଶ ପାଇଁ,

କରିଥିଲ ଦିନେ କଂସର ନିଧନ,

କୃଷ୍ଣ ଅବତାର ନେଇ।


କଳାବଦନରେ ସେ ଚକାନୟନ,

କମନୀୟ ତୁମ ରୂପ,

କଳାଶ୍ରୀମୁଖକୁ ଦେଖିଦେଲେ ଥରେ,

କଟିଯାଏ ସବୁ ପାପ।




Rate this content
Log in