Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଆମ ପରମ୍ପରା

ଆମ ପରମ୍ପରା

1 min
466


କେତେ ନିଆରା ଯେ ଆମ ପରମ୍ପରା,

ଏହା ଆମ ଅଦ୍ୱିତୀୟ ସଂସ୍କୃତିର ଜୀବନ ଧାରା |୧|


ଭାଷା ସାହିତ୍ୟ ଧର୍ମ କରନ୍ତି ସଂସ୍କୃତିର ଚିହ୍ନଟକରଣ,

ସମାନ ରୀତି-ନୀତି ଦ୍ୱାରା ସଂଯୁକ୍ତ ହୁଅନ୍ତି ଜନସାଧାରଣ |୨|


ଉତ୍କଳୀୟଙ୍କର ଅଛି ନିଜର କେତେ ଯେ ପର୍ବ ପାର୍ବଣ,

ମାଣବସା ଗୁରୁବାର ଶ୍ରୀଲକ୍ଷ୍ମୀପୂଜାର ସଦା ରହିବ ଅନୁସରଣ |୩|


କେତେ ଯେ ଅବିସ୍ମରଣୀୟ ଶ୍ରୀଜୀଉଙ୍କର ରଥ-ଯାତ୍ରା,

କେତେ ଯେ ସ୍ୱତନ୍ତ୍ର ଓଡ଼ିଶାର ବୋଇତ-ବନ୍ଦାଣ ବାଲି-ଯାତ୍ରା |୪|


ଭୁଲି ହେବ ନାହିଁ ଅଁଳା ନବମୀ ଶାମ୍ବ ଦଶମୀ,

ଅଭୁଲା ଯେ ପୁରୀ ଗୋସାଣୀ ଯାତ୍ରା ମହା ନବମୀ ବିଜୟ ଦଶମୀ |୫|


ଉତ୍କଳୀୟଙ୍କର ଗୌରବ ଯେ ଶ୍ରୀଜୀଉଙ୍କର ବିଭିନ୍ନ ବେଶ,

ଜଗତ ପ୍ରସିଦ୍ଧ ଯେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ସୁନାବେଶ |୬|


ଦୋଳି ମନେ ପକାଏ ରଜ ପର୍ବ,

ଗଣେଶ ପୂଜା ସରସ୍ବତୀ ପୂଜା ଦୁର୍ଗା ପୂଜା ହେଲେ ଗଣ ପର୍ବ |୭|


ଧନୁ ଯାତ୍ରା ଶୀତଳ ଷଷ୍ଠି ନୂଆଖାଇ ପର୍ବ ବହୁ ଅପୂର୍ବ,

ଭାଇ ଝୁଣ୍ଟିଆ ପ୍ରଥମାଷ୍ଟମୀ ଖୁଦୁରୁକୁଣି ଓଷା ବଡ ଓଷା ଯେ ଅତି ଅପୂର୍ବ |୮ |


ଆସନ୍ତା ପିଢ଼ିକୁ ଅବଦାନ କରିବାର ଅଛି ଆମ ଐତିହ୍ୟ ଆମ ପରମ୍ପରା,

ଆମ ପଦ୍ଧତି ହିଁ କେବଳ ରକ୍ଷା କରିବେ ଆମ ପରିଚୟକୁ ଜୀବନ ସାରା |୯|



Rate this content
Log in