STORYMIRROR

Pratima Satpathy

Others

4  

Pratima Satpathy

Others

ବିଜୟା ଦଶମୀ

ବିଜୟା ଦଶମୀ

1 min
308


ଆଶ୍ୱିନ ଶୁକ୍ଳ ଦଶମୀଦିନ ରାମଚନ୍ଦ୍ର

ମହାବଳି ରାବଣକୁ କରିଥିଲେ ବଧ

   ଦେବେ ହୋଇ ଆନନ୍ଦିତ

ବିଜୟାଦଶମୀ ନାମେ କରିଲେ ନାମିତ ।


ଅସତ୍ୟ ଉପରେ ହେଲା ସତ୍ୟର ବିଜୟ

ଚତୁର୍ଦ୍ଦିଗେ ଶୁଭୁଥିଲା ପ୍ରଭୁଙ୍କର ଜୟ

    ଧରଣୀ ହୋଇଲା ଶାନ୍ତି

ଦୁର୍ଗତିନାଶିନୀ ଦୁର୍ଗା ଦେବୀ ହେଲେ ତୃପ୍ତି ।


ସେ ଦିନୁ ଧରାରେ ମର୍ତ୍ତ୍ୟ ବାସି ଏ ସମସ୍ତେ

କରୁଛନ୍ତି ଦୁର୍ଗାପୂଜା ମନର ଉଷତେ

    ନବ ରାତ୍ର ପୂଜା ଵିଧି

ନିତି ନିୟମରେ ଚାଲୁରହିଛି ଅବଧି ।


ବିଜୟା ଦଶମୀ ଦଶହରା ନାମେ ଖ୍ୟାତ

ଘରେ କୌଳିକ ବୃତ୍ତି ଯେ ହୁଅଇ ପୂଜିତ

     ନାନା ସୁସ୍ୱାଦୁ ବ୍ୟଞ୍ଜନ

ପିଠା, ମିଠା, ଖାଇ ସର୍ବେ କରନ୍ତି ପାଳନ ।


ବନ୍ଧୁ ବାନ୍ଧବରେ ଘରର ଅଗଣା ହସେ

ହିଂସା ଦ୍ୱେଷ କାହାମନଭିତରେ ନ ଆସେ

   ସମସ୍ତେ ମନ ଖୁସିରେ

ବିଜୟା ଦଶମୀକୁ ପାଳନ୍ତି ହରଷରେ ।


ରାବଣ ପୋଡି କରନ୍ତି ସର୍ବେ ହୋଇ ମେଳି

ବାଣ ଫୁଟାଇ ପୋଡ଼ନ୍ତି ରାବଣ ପୁତ୍ତଳି

    ଯାଆନ୍ତି ଆପଣା ଘରେ

ମାଆ ଦୁର୍ଗା ଙ୍କ ପୂଜନ କରନ୍ତି ଖୁସିରେ ।


କଲ୍ୟାଣ ମୟୀ ଜନନୀ ଦୁର୍ଗତିନାଶିନୀ

ମହିଷାସୁର, ଓ. ଚଣ୍ଡ, ମୁଣ୍ଡ ନିପାତିନି

    ମାତ ଲୋ ଦୟା ସାଗରୀ

ତୋ ଦୟା ହୋଇଲେ ପଙ୍ଗୁ ଲଙ୍ଘି ପାରେ ଗିରି ।


ଶିବଙ୍କ ଘରଣୀ ମାଗୋ ଦେବୀ ଦଶଭୁଜା

ସାରଳା, ବିମଳା, ଉମା,ରୁଦ୍ରାଣୀ, ବିରଜା 

    ଭୁବନେଶ୍ୱରୀ , ଚଣ୍ଡୀକା

ମାହେଶ୍ୱରୀ, ଭଗବତୀ,ମଙ୍ଗଳା, ଚର୍ଚ୍ଚିକା ।


ଗ୍ରାମେ, ଗ୍ରାମେ, ରହିଛୁ ଗ୍ରାମଦେବୀ ବୋଲାଇ

ତୋହର ମହିମା ମାଗୋ କେ ପାରିବ କହି

     ଅନ୍ୟାୟ ଅଧର୍ମ ନାଶି

ଜଗତରେ କୃପା ବାରୀ ଦିଅ ମା ବରଷି ।


Rate this content
Log in