STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ସଦୁପଯୋଗ

ସଦୁପଯୋଗ

1 min
162

ଅନାୟାସେ ଯଦି ମିଳାଗଲା ଶକ୍ତି

  ତାହାକୁ ଆୟତ୍ତେ ରଖିବା

ଜନମଙ୍ଗଳେ ତାହାକୁ ବ୍ୟବହାର କରି

  ତାରି ସଦୁପଯୋଗ କରିବା l


ଆରତ ଜନଙ୍କ ହରିବାକୁ କ୍ଳେଶ

  ସଦା ରହିଥିବା ଜାଗ୍ରତ

ଅନାଥର ସିନା ଦୁଃଖ ନାଶିବାକୁ

   ହୋଇଥାଏ ଶକ୍ତି ପ୍ରାପତ l


ଅସମ୍ଭବକୁ ସମ୍ଭବ କରଇ 

  ଏତେ ପରାକ୍ରମ ଲଭଇ

ଆକାଶେ ଉଡିଣ ନୀରେ ଚାଲଇ

  କ୍ଷଣେ ଅଦୃଶ୍ୟ ହୁଅଇ l


ବିପଦରେ ପଡି ଡାକିଲେ ଆରତେ

  ନିମିଷକେ ହୁଏ ପ୍ରକଟ

 ସର୍ବ ବାଧା ହୁଏ ଦୂରୀଭୂତ

  ଘୁଞ୍ଚି ଯାଏ ସଙ୍କଟ l



Rate this content
Log in