ମୋ ଗାଁ ହସେ
ମୋ ଗାଁ ହସେ
1 min
6.7K
ମୋ ଗାଁ ହସେ
ବଉଳ ବାସ୍ନାରେ
କୋଇଲି ସ୍ଵରରେ
ଖରାବେଳେ ପୋଖରୀ ତୁଠରେ
ଗୋଲାପ ଆଖିର ପ୍ରୀତି ଚମକରେ
ସାଙ୍ଗ ମେଳେ ପୁଣି ଇସାରା ଦିଏ
କୃଷ୍ଣ ହୋଇ ରାଧାକୁ ପଚାରେ
ଦୀପ ଜାଳୁ କାହା ପାଇଁ ଗୋରୀ
ନିଇତି ମନ୍ଦିର ବେଢାରେ.....
ଗାଉଥାଏ ଗୀତ କୋଇଲି
ଆମ୍ର ଡାଳେ ଲୁଚି
ଶୁଭେ ରୁଣୁଝୁଣୁ ପାଉଜି
ଆନନ୍ଦରେ ନାଚି
ପୋଖରୀ ତୁଠ ଖୋଜଇ ଆଜି
କାହିଁ ଗଲା ଗୋଲାପ
କୋଇଲି ସ୍ଵର ବି ଆଉ ଟାଣୁନି
ପାଣିରେ ଦିଶୁନି ତା ପ୍ରତିରୂପ
ତଥାପି ଗାଁ ହସୁଛି
ବଉଳ ବାସ୍ନାରେ ବାସୁଚି
କାହିଁକି ନା ପ୍ରୀତି ଅବିର
ଏବେ ମୋବାଇଲରେ ବୋଳା ଚାଲିଚି..... ।।
ପଦ୍ମାଳୟା