Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

1 min
221


ଟୋପାଏ ସିନ୍ଦୂରର କେତେ ଯେ ମହତ୍ୱ,

ସ୍ତ୍ରୀ ମାନଙ୍କର ମଥାକୁ ଦିଏ ନୂତନ ଅସ୍ତିତ୍ବ |୧|


ମାଁ ମଙ୍ଗଳାଙ୍କ ମଥାରେ ସୁନ୍ଦର ଲାଗେ ସିନ୍ଦୂର ବିନ୍ଦୁ,

ମାଁଙ୍କର ଦର୍ଶନରେ ଦିଶେ ମମତାର ସୀମାହୀନ ସିନ୍ଧୁ |୨|


ବିବାହିତା ନାରୀର ଏହା ଅନିବାର୍ଯ୍ୟ ଆଭୂଷଣ,

ଯାହା ବିନା ନିରର୍ଥକ ଲାଗନ୍ତି ଅନ୍ୟ ଆଭରଣ |୩|


ସିନ୍ଦୂର ହେଲା ନାରୀଙ୍କ ହେତୁ ଶୁଭମୟ,

ଦୁର୍ଗା ପୂଜାରେ ସିନ୍ଦୂର ଖେଳ ହେଲା ସ୍ତ୍ରୀଙ୍କ ପାଇଁ ଆନନ୍ଦମୟ |୪|


ରକ୍ତବର୍ଣ୍ଣ ଲାଗେ ଯେ ଟୋପାଏ ସିନ୍ଦୂର,

ତିଳକ ରୂପରେ ମଥାରେ ସ୍ଵୀକାର କରନ୍ତି ଯୋଦ୍ଧା ମହାବୀର |୫|


Rate this content
Log in