STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ସପନ ପୁରେ

ସପନ ପୁରେ

1 min
210

ଦୂର ଦିଗବଳୟେ ଚାହଁ

ଅସ୍ତଗାମୀ ସୂର୍ଯ୍ୟ

ଦେଖାନ୍ତି ନୂତନ ରାହା

ପୁଣି ସେ ଉଇଁବେ

ପୂରୁବ ଆକାଶେ ହସି

ଚଳଚଞ୍ଚଳ ହେବ ଧରା

ହାତରେ ହାତ ଛନ୍ଦି 

ଯିବା ଚାଲି ସେ ପୁରେ

ସବୁ ବନ୍ଧନ ଛିଣ୍ଡାଇ

ସେଇଟି ପରା ସପନପୁର

ନ ଥାଏ ପରା ପର

ପ୍ରେମ ଝରଇ ନିରନ୍ତର

ପ୍ରେମ ଯହିଁ ଚିରନ୍ତନ

ବୟସର ବାଡ଼ ଡେ଼ଇଁ

ଭିଜେଇବା ଆମ ମନ

ବୟସର ସାୟଂ କାଳେ

ଲଭି ନବ ଉନ୍ମାଦନା

ପ୍ରିତିର ପରସ କୋଳେ

ପ୍ରେମର ନାହିଁ ବୟସ

ହୃଦ ମରୁଭୂମିରେ

ପ୍ରୀତି ପୂର୍ଣ୍ଣ କଳସ

ସପନ ପୁରେ ଝରଣା କୂଳେ

ଆମରି ପ୍ରେମ ସଙ୍ଗୀତ

ମଧୁର ମହ୍ଲାର ତୋଳେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍