STORYMIRROR

Sonali Swain

Others

3  

Sonali Swain

Others

ମା ଆଉ ମୁଁ ବୋକୀଝିଅ"

ମା ଆଉ ମୁଁ ବୋକୀଝିଅ"

1 min
459


ଶବ୍ଦମାନଙ୍କର କୋଳାହଳ ଦେଖି 

ମୋତେ ଭାରି ଇଚ୍ଛା ହେଲା 

ସାଉଁଟିନେବକୁ କିଛି ଶବ୍ଦ ଗୋଟି.. 

ଆଖି ବନ୍ଦ କରି, 

ପ୍ରବେଶ କରିବାକୁ ଲାଗିଲି ଶବ୍ଦର ଇଲାକା ଭିତରେ 

ଶବ୍ଦ ର ଦୁନିଆରେ, 

ମୁଁ ପ୍ରଥମେ ଭେଟ ପାଇଲି ଏକ ଶବ୍ଦର 

ଶବ୍ଦ ଥିଲା "ମା "

ତାପରେ ଚାଲିଲା ମୋର ପରୀକ୍ଷା-ନିରିକ୍ଷା

ସେ ଶବ୍ଦ ଗୋଟି କୁ ନେଇ 

"ମା"ଶବ୍ଦର ସଂଜ୍ଞା ପାଇଁ 

ମୁଁ ଓଲଟାଇ ଚାଲିଲି ଅଭିଧାନର ପୃଷ୍ଠା ପରେ ପୃଷ୍ଠା 


ଆହା.. ମୁଁ ନିହାତି ବୋକୀ ନା 

"ମା" ଶବ୍ଦ ର କଣ ଥାଏ ସଂଜ୍ଞା? 

କିଛି ଧାଡି କି ଶବ୍ଦ, 

କଣ ବନାଇପାରେ ମା ଶବ୍ଦ ପାଇଁ ରଚନା 


ମା ସିଏ, 

ଯିଏ ଲୁହ ପିଏ 

ପିଲାମାନଙ୍କୁ ଖୁସି ଦିଏ 


ମା ସିଏ, 

ଯିଏ ଭୋକରେ ଥାଏ 

ପିଲାମାନଙ୍କୁ ଥାଳି ଭରି ବାଢ଼ୀ ଦିଏ.. 


ମା ସିଏ 

ଯିଏ ଗାଳି କରି 

ସାଙ୍ଗେ ସାଙ୍ଗେ କୋଳଇ ନିଏ 


ମା ସିଏ 

ଯାହା କାନିରେ ମୁହଁ ପୋଛିଲେ 

ପେଟ ପୁରି ଯାଏ 


ମା ସିଏ 

ଯାହା ମୁହଁ ଦେଖିଦେଲେ

ସବୁ ଖୁସି ଆସିଯାଏ.. 


ମା ଏକ ଶବ୍ଦ ନୁହେଁ 

ଏକ ଆବେଗ, ଏକ ସ୍ନେହ 

ସଂଜ୍ଞା ନଥାଏ ସେ ଶବ୍ଦର 

ଲୁଚିରହିଥାଏ ସେ ଶବ୍ଦ ରେ କେବଳ ଅନୁଭବ...



Rate this content
Log in