ନୂତନ ଉଦ୍ୟମର ହେଉ ଆରମ୍ଭ
ନୂତନ ଉଦ୍ୟମର ହେଉ ଆରମ୍ଭ
୭୫ ବର୍ଷ ବିତି ତ ଗଲାଣି ଆମ ଦେଶର
ସ୍ୱାଧୀନତା ହେବାରେ
ଗୁନ୍ଥି ହୋଇ ରହିଛି ବହୁ ଆଶା ପ୍ରତ୍ୟେକ
ଭାରତୀୟଙ୍କ ମନରେ (୧)
ବହୁ ଆଶା ନେଇ ପାଳୁଛେ ତ ଏ ବରଷ
ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ
ମନରେ ଏବଂ ପ୍ରାଣରେ ଆଶାର ନୂତନ
ଉଦ୍ୟମର ହେଉ ଆରମ୍ଭ (୨)
ବର୍ଷ ପରେ ବର୍ଷ ବିତିଲେ ବି ନୂତନ ବର୍ଷରେ
ଆସେ ନୂତନ ଆହ୍ୱାନ
ନବଯୁଗର ପ୍ରେରଣାରେ ଉପନୀତ ହୁଏ ସଦା
ନୂତନତାର କାଞ୍ଚନ (୩)
ହୃଦୟ ଖୋଜୁଛି ପ୍ରେମ ଶାନ୍ତି ସୌନ୍ଦର୍ଯ୍ୟ
ଭରା ନୂତନତାର ଆଲୋକ
ସୁଖରେ ରହିବେ ଭାରତୀୟ ସର୍ବେ ଜଣେ
ବି ଭୋଗିବନି ପରା ଦୁଃଖ (୪)
ପୁରୁଣାର ସବୁ ଶୋଷଣ ଜର୍ଜରିତ ଜୀବନ
ଆଉ ଯେପରି ରହିବ ନାହିଁ
ଆତ୍ମାକୁ ପଚାରି ସରବେ ତତ୍ପର ହେବା
ଅର୍ଥନୈତିକ ସ୍ଵାଧିନତା ହାସଲ ପାଇଁ (୫)
ରହିଛି ଆମ ସବୁଙ୍କ ମନରେ ଜାତିଗତ ଗୋଷ୍ଠୀ
ଗତ ଧର୍ମ ନାମେ ଭେଦଭାବ
କୃତ୍ରିମ ଭେଦର ପରିପୁଷ୍ଟ ପାଚେରିକୁ ଭାଙ୍ଗିବାକୁ
ରଖିବା ନୂତନ ଭାବ (୬)
ସମୟର ଡେଣା ଉପରେ ଅପ୍ରତିହତ ଯାତ୍ରା
ମାନବର ଚାଲୁ ରହିଛି
ମଣିଷ ପ୍ରଜାତି ସକଳ ପ୍ରତିରୋଧୀ ଶକ୍ତି ବିରୁଦ୍ଧେ
ଲଢେଇ କରି ତିଷ୍ଠି ପାରିଛି (୭)
ଆଜି ମଣିଷର ଖାଲି ସ୍ୱାର୍ଥାନ୍ୱେଷୀ ଜୀବନ
ଧାରଣର ଶୈଳୀ ପାଇଁ
ପ୍ରକୃତି କାନ୍ଦୁଛି ସମଗ୍ର ଧରାପୃଷ୍ଠ ବିପଦ ମୁହଁରେ
ହାଜର ହୋଇଛି ତ ଭଉଣୀ ଭାଇ (୮)
ଆମେ ଅନେକ କାମନା ଓ ଅନେକ ବାସନାର
ଜାଲ ଭିତରେ ଛନ୍ଦି ନହୋଇ
ଚାଲ ଜାଗ୍ରତ ହେବା ଏ ଗୋଷ୍ଠୀଗତ ସରଳ
ଶାନ୍ତ ଜୀବନ ବଞ୍ଚିବା ପାଇଁ (୯)
