Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

3  

Prasanna Kumar Madala

ପୋତିବା ବିଭିନ୍ନ ଚାରା

ପୋତିବା ବିଭିନ୍ନ ଚାରା

1 min
13.7K


ପୋତିବା ବିଭିନ୍ନ ଚାରା
( ଶିଶୁ କବିତା )

ଚାଲ ରବିବାରେ ନଦୀ ଆରପାରେ
ଗଛ ଲଗାଇବା ବଣେ
ଏହି କାମ ପାଇଁ ଯିବା କିବା ନାଇଁ
କୁହ ପିଲେ ଜଣେ ଜଣେ ।
ଭାବୁଅଛ ଯଦି ପାର ହେଲେ ନଦୀ
ପଶୁପକ୍ଷୀ ହେବେ ଭେଟ
କାହିଁ କେଉଁ କାଳୁ ଗଲେ ବାଘଭାଲୁ
ପୂରାଇ ନପାରି ପେଟ ।
ଆଗଭଳି ଆଉ ଖୋଜିଲେ କି ପାଉ
ବନସ୍ତରେ ନାନା ଜୀବ
ମଣିଷ ତ ଯାଇ ସେହି ଥାନ ପାଇ
ଜାଗା ମାଡ଼ି ରହିଥିବ ।
ଆମେ ତାଙ୍କ ଘରେ ସିଏ ଆମ ଡରେ
ଗଲେଣି ତ ବାସ ଛାଡ଼ି
ତାଙ୍କଠୁ ଛଡ଼ାଇ ବସତି ବଢାଇ
ଆଗେ ଯାଉ ଆମେ ମାଡ଼ି ।
ଠେକୁଆ ବିଲୁଆ ହନୁ ବଣଭୁଆ
ଦେଖା ମିଳି ଯାଇପାରେ
ଅଳ୍ପ କିଛି ପକ୍ଷୀ ଖାଦ୍ୟ ଆଶା ରଖି
ଥିବେ କାଳେ ସେହିଠାରେ ।
ଛାଡ଼ି ନିଜ ବାସ କେତେ ଗଲେ ନାଶ
ମରି ହଜି ଏହି କାଳେ
କରିଥାନ୍ତେ କଣ କମିଗଲେ ବଣ
ରହନ୍ତେ ବା କେଉଁ ଡାଳେ ।
ମିଳିମିଶି ଆମେ ଏହି ଭଲ କାମେ
ଖଟାଇବା ବଳ ସାରା
ଏଥର ତ ଚାଲ ଖୋଳି କିଛି ଖାଲ
ପୋତିବା ବିଭିନ୍ନ ଚାରା ।
ଜୀଇଁଯିବ ଯେବେ କିଛି ହେଲେ ତେବେ
ହେବ ବଡ଼ ଉପକାର
ହେଲେ ଫୁଲ କଢି ପୁଣି ବୀଜ ପଡ଼ି
ବଢ଼ିବ ବଣ ଆକାର ।

ପ୍ରସନ୍ନ କୁମାର ମାଦଳା


Rate this content
Log in