STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ଦେଖରେ ଦେଖ

ଦେଖରେ ଦେଖ

1 min
330

ଦେଖରେ ଦେଖ

ଶରତ ଆକାଶେ ଜହ୍ନକୁ ଦେଖ

ଧୋବ ଫରଫର ରୂପ ନିଆରା

ହସେ କିରିକିରି ଜୋଛନା ଭରା

ହସେ ବଣ ବିଲ ହସଇ ଧରା ।।


ଗଲାରେ ଗଲା

ପାଣି କାଦୁଅର ଦିନଟି ଗଲା 

ପାଗ ନିରିମଳ କଅଁଳ ଖରା

ଶାଗୁଆ ଶାଢୀରେ ଧରଣୀ ରାଣୀ 

ଦିଶଇ ସୁନ୍ଦର ଚମକ ଭରା ।।


ଶୁଣରେ ଶୁଣ

କାଶଫୁଲ ଗୀତ ଗାଉଛି ଶୁଣ

ନଈପଠା ଧାରେ କେଡେ ଢଙ୍ଗରେ

ସରଗକୁ ଧୀରେ ମଥାକୁ ଟେକି 

ଆନନ୍ଦେ ବିଭୋର ନାଚଇ ଧୀରେ ।।


ଚାଲରେ ଚାଲ

ଯାତ ଦେଖିବାକୁ ଯିବାରେ ଚାଲ

ପାରବଣ ଋତୁ ଆସିଛି ପରା

ହସି ଗାଇ ନାଚି ହରଷ ଚିତ୍ତେ

ଖୋଲି ଦେବା ଆମ ଗପ ପସରା ।।


ରୁହରେ ରୁହ

ମାଆ ଆସୁଛନ୍ତି ଘଡିଏ ରୁହ

ଚନ୍ଦନ ଚନ୍ଦନ ବାସୁଛି ମହୀ

କେତେ କୋଳାହଳ ଚଉଦିଗରେ

ଘଣ୍ଟ ମୁରୁଦଙ୍ଗ ବାଜୁଛି ରହି ।।


ଆସରେ ଆସ

ଆଶିଷ ଟିକିଏ ନେବାରେ ଆସ

ଦରଶନ କରି ହୋଇବା ଧନ୍ୟ

ଦୂରହେବ ଦୁଃଖ କଷଣ ଯେତେ

ଲଭିବା ମୁକତି ହେବରେ ପୁଣ୍ୟ ।।


ଯାଓରେ ଯାଓ

ମାଆଙ୍କ ମନ୍ଦିରେ ସରବେ ଯାଓ

ଧୂପ, ଦୀପ, ଝୁଣା ,ପୂଜା, ଅର୍ଚ୍ଚନା 

ଯତନେ ଗାଓରେ ମାଆ ବନ୍ଦନା

ଭରିଦିଅ ମନେ ଦେବୀ ଭାବନା ।।



Rate this content
Log in