Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

2  

Debabrata Jena

Others

ଆମ ବ୍ୟବସ୍ଥା

ଆମ ବ୍ୟବସ୍ଥା

1 min
471



ଦଳ ପ୍ରୀତି ନେଇ ଯୋଜନା ଚାଲିଛି
ଉପଯୁକ୍ତ ଲୋକ ବଂଚିତ ହୁଏ
ରାସନ କାର୍ଡରେ ନେତା ନାମ ଆଗେ
ଗରିବ ବାପୁଡା ମୁଠେ ନ ପାଏ ।।(୧)

ଆହାର ଯୋଜନା , ମାଗଣା ଚାଉଳ
ଘରେ ଘରେ ଏବେ ପିଅନ୍ତି ମଦ
ମାନବ ସମ୍ବଳ ବିକାଶ ଚାଲିଛି
ଯୁବ ଶକତିକୁ କରିଣ ଗଧ ।।(୨)

ସୁଶିକ୍ଷିତ ଏବେ ଦାଦନ ଖାଟନ୍ତି
ଅଯୋଗ୍ୟକୁ ମିଳେ ମନ୍ତ୍ରୀ ପଦ
ଦେଶ ଭବିଷ୍ୟତ ତାଙ୍କ ହାତେ ବନ୍ଧା
ଉଚ୍ଚଶିକ୍ଷିତ ଯେ ବେକାର ଅଦ୍ୟ ।।(୩)

ଯୋଜନା ଚାଲିଛି ଜୋରଦାର ଏବେ
ଯୋଜନ ଦୂରରେ ଅଛି ପ୍ରଗତି
ପଦରେ ବସିଲେ ଚିହ୍ନି ପାରନ୍ତିନି
କିଏ ସହୋଦର କେ ତାଙ୍କ ସାଥି ।।(୪)

ଗଣତନ୍ତ୍ର ନୁହେଁ ମନୋପଲି ପରା
ଶାସନ ପଦ୍ଧତି ଭାଇ ଏବେରେ
ପଦ ମୋହ ଏବେ ବାଇଆ କରିଛି
ଅଯୋଗ୍ୟ ବସଇ ମନ୍ତ୍ରୀ ପଦରେ ।।(୫)




Rate this content
Log in