Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Others

2  

Binay Mohapatra

Others

ରୋମିଓ ବେକାର

ରୋମିଓ ବେକାର

1 min
2.5K


ମନ ଖୋଲି କହିଦେବାକୁ

କେଜାଣି କାହିଁକି ମୁଁ ଡରିଯାଇଥିଲି ।

ତଥାପି ଛାତିରେ ହାତରଖି ସାହସ ବାନ୍ଧିଲି

ରାଣଖାଇ ଶପଥ କରିଲି

ଆଉ ଡରିଲିନି, ଏଇଥର କହିଦେଲି

ବଡ ପାଟିରେ ସଭିଙ୍କୁ ଶୁଣେଇ ଶୁଣେଇ

ଘରେ ବାପାବୋଉ, ଭାଉଜ ଆଉ ଭାଇ

ବାହାରେ ଯେତେକ ସାଙ୍ଗସାଥୀ

ଜଣା ଅଜଣା ଯେତେକ ବାଟୋଇ ।

ମୁଁ ତାକୁ ଭଲପାଏ,

ତା ସାଥେ ସଂସାର ଗଢିବି,

ଦୁନିଆ ଓଲଟି ଯାଉ ପଛେ

ସିଏ ନମିଳିଲେ ପ୍ରାଣ ହାରିଦେବି ।

ହଠାତ ସବୁକିଛି ଶୁନ୍ୟ ହୋଇଗଲା

ଝଡ ପୂର୍ବର ଶାନ୍ତି ଛାଇଗଲା

ପ୍ରଚଣ୍ଡ ଧମାକା ପରେ ସ୍ଧବ୍ଧ ମୂହୁର୍ତ୍ତ ପରି

ଚାରିଦିଗ ଶୁନଶାନ୍ ହୋଇଗଲା ।


ବାପା ଗର୍ଜନକରି ମାଡି ଆସିଲେ

ବଡପାଟିରେ ଚିତ୍କାର କରିଲେ

ଶଳା, ପ୍ରେମ କରୁଛି, ଅଲାଜୁକ ପ୍ରେମ

ଶଳା ବାହାର ମୋ ଘରୁ କହିଦେଲେ ।

ଭାଇମାନେ ନାକରେ ଆଙ୍ଗୁଠି ପୁରାଇ

ଲୁଚାଇ ମୁଚୁକି ହସଲେ,

ଭାଉଜମାନେ ମିଛ ସରାଗ ଦେଖାଇ

କଟା ଘାଆରେ ଲହୁଣି ବୋଳିଲେ ।

ବାହାରେ ସାଙ୍ଗ ସାଥୀ

ଚିହ୍ନା ଅଚିହ୍ନା ବାଟୋଇ ପର୍ଯ୍ୟନ୍ତ

ଆଙ୍ଗୁଠି ଦେଖାଇ କହିଲେ,

ହେଇ ଦେଖ ବିଚରା ରୋମିଓ ଯାଉଛି

ନିଜ ରୁଟିର ଠିକଣା ନାହିଁ

ଜୁଲିଏଟ୍ କୁ ଟଫି ଯାଚୁଛି ।


***14/12/2018***



Rate this content
Log in