ବଞ୍ଚିବା ପାଇଁ କି
ବଞ୍ଚିବା ପାଇଁ କି
1 min
137
ବଞ୍ଚିବା ପାଇଁ କି ଯୋଗାଉଛି ଆହାର
କୃଷିକୁ କରିଛି ବୃତ୍ତି ଯେ ନିଜର l
ମୁଣ୍ଡଝାଳ ତୁଣ୍ଡରେ, ରକତକୁ କରେ ପାଣି
ଉପୁଯାଏ କ୍ଷେତେ ଶସ୍ୟ ମନ ଜାଣି l
ଖରା, ବରଷା, ଶୀତ କଷଣକୁ ସହେ
ସେ ବାରତା ସୁନାର ଫସଲ କହେ l
ଯାହାପାଇଁ ଖୁସିରେ ବିତୁଅଛି ଦିନ ଆମର
ଅଭାବ ଅନାଟନେ କଟେ ଦିନ ତାହାର l
ଋଣଭାରେ ନଇଁ ଯାଏ ଅଣ୍ଟା ତାହାରି
ଏ ନିଶ୍ୱାସ ଓ ପ୍ରଶ୍ୱାସ ଅବଦାନ ଯାହାରି l
ପ୍ରକୃତ ହିରୋ ସେ ଜୀବନର ପ୍ରତିକୂଳେ
ଭୁଲିଯାଏ ସର୍ବ , କରୁଥାଏ କର୍ମ ହେଳେ l
ମାଟି ଚିରି କରୁ ଥାଏ ଚାଷ
ତା ପାଇଁ ଆମ ମୁଖେ ଫୁଟିଉଠେ ହସ l
