Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3  

Sukanti Hotta

Others

ଗୋଲାପ

ଗୋଲାପ

1 min
4.9K



ହଠାତ ଦେଖିଲି ସୁନ୍ଦର 'ଗୋଲାପ' ଟି

ଡାକୁଛି ହାତ ଠାରି ଠାରି,

ଗଲି କିଛି କହିବାକୁ କିନ୍ତୁ ଆସିଗଲି

କଣ୍ଟା ଆଘାତରେ ମନ ଦୁଃଖ କରି l


ମନେ ମନେ ଭାବିଲି ତାର ସୁନ୍ଦର ଛବିକୁ

ମାନସ ପଟରେ ଆଙ୍କିଲି ତାଜମହଲ ଟି,

କରିବାକୁ ଅତି ଆପଣାର

ଚିର ଦିନ ରଖିବି ସାଉଁଟି l


ଭାବନାର ରାଜ୍ୟରୁ ଫେରି ଚାହିଁଲି

ବାସ୍ତବ ଦୁନିଆର ଲାବଣ୍ୟମୟୀ ଗୋଲାପଟିକୁ,

ମୁରୁକି ମୁରୁକି ହସି କହୁଛି କଣ୍ଟା ଥାଏ

ଦୁଷ୍ଟ କବଳରୁ ରକ୍ଷା ପାଇବାକୁ l


ଧୀରେଧୀରେ ଚାଲିଲି.........

ଚିରଦିନ ରଖିବାକୁ ସାଇତି ମୋ ଲାଇବ୍ରେରୀ ରେ,

କିନ୍ତୁ, ଖଣ୍ଡଖଣ୍ଡ ହୋଇଗଲା ନିମିଷ ମଧ୍ୟରେ

ଏକ ଦୁର୍ଦାନ୍ତର ଛୁରୀର ଧାରରେ l


ପହଞ୍ଚିଲି ତାର ଅତି ନିକଟରେ

ସାଉଁଟିବାକୁ ତାର ଭଗ୍ନ ପାଖୁଡାକୁ,

କିନ୍ତୁ, ମୋର ଅଶ୍ରୁ ଯୁଗଳ ଚକ୍ଷୁରେ ଦେଖିଲି

ତାର ନିସ୍ତେଜ କଣ୍ଟା ଗୁଡିକୁ l


ସେହି ଦିନଠୁ ହୋଇଯାଇଛି ମୁଁ ବାକଶୂନ୍ୟ

ଭୁଲିବାକୁ ଚେଷ୍ଟା କଲେ ଭୁଲି ପାରୁନାହିଁ,

ବସିଛି ଏକ ଅନ୍ଧାର କୋଠରୀରେ

ଭାବୁଛି ତାର ପୂର୍ଣ୍ଣଜନ୍ମ ନାହିଁ ?


ସୁକାନ୍ତି ହୋତା


Rate this content
Log in