ଜନ୍ମଦିନ
ଜନ୍ମଦିନ
ପାଳିତ ରାଷ୍ଟ୍ରରେ ଜନ୍ମଦିନ ଯହିଁ
ଆନନ୍ଦରେ ପରିପୂର୍ଣ୍ଣ
ଘରେ ଘରେ ହୁଏ ଜନ୍ମଦିନ ପରା
ଉତ୍ସବର ଏହୁ ଦିନ।
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି
ଅର୍ପିତଟି ଜନ୍ମଦିନେ
ଜନ କରୁଥାନ୍ତି ଭକ୍ତିପୂତ ଚିତ୍ତେ
ଥାଆନ୍ତି ଜଗା ପୂଜନେ।
ସଜ୍ଜିତଟି ଗୃହ ଜନ୍ମଦିନେ ଯହିଁ
ବିଜୁଳିର ଆଲୁଅରେ
ବେଲୁନ୍ ରହିଛି ଟଙ୍ଗାହୋଇତହିଁ
ଶିଶୁ ନାଚନ୍ତି ଖୁସିରେ।
ଶୁଭୁଥାଏ ତହିଁ ଶଙ୍ଖନାଦ ପୁଣି
ହୁଳହୁଳି ପଡୁ ଥାଏ
କେକ୍ କଟା ହୁଏ ଜନ୍ମଦିନେ ତହିଁ
କରତାଳୀ ପଡୁ ଥାଏ।
ଅଭିନନ୍ଦନର ରାବ ଗୁଞ୍ଜୁ ଥାଏ
ଶଙ୍ଖନାଦ ହେଉଥାଏ
ଆନନ୍ଦ ଖୁସିରେ ନୃତ୍ୟ ହେଉ ଥାଏ
ଶୁଭାଶିଷ ପଡୁଥାଏ।
ପବିତ୍ର ଭାରତେ ଜନ୍ମଦିନ ଯହିଁ
ଆବଶ୍ୟକ ହୋଇଅଛି
ନୂଆ ଭାରତରେ ଜନ୍ମଦିନ ଯହିଁ
ଗାଁ ରେ ମଧ୍ୟ ଏ ଗୁଞ୍ଜୁଛି।
ଜନ୍ମ ଜୟନ୍ତୀଟି ମହାପୁରୁଷଙ୍କ
ପାଳିତ ପବିତ୍ର ରାଷ୍ଟ୍ରେ
ତାଙ୍କ ବଳିଦାନ ତ୍ୟାଗ ରାଷ୍ଟ୍ର ପାଇଁ
ସ୍ମୃତି ତାଙ୍କ ଗୁଞ୍ଜେ ରାଷ୍ଟ୍ରେ।
ଶିକ୍ଷା ଦିଏ ସ୍ମୃତି ଯୁବା ଯୁବତୀଙ୍କୁ
ରାଷ୍ଟ୍ରର ନିର୍ମାଣ ପାଇଁ
ପ୍ରେମ ଭକ୍ତି ପ୍ରୀତି ଭରି ଦିଏ ହୃଦେ
ଜନତାଙ୍କ ସେବା ପାଇଁ।
ଜନ୍ମଦିନ ଯହିଁ ମଙ୍ଗଳ କାମନା
ସନ୍ତାନଙ୍କ ପାଇଁ ଗୃହେ
ପୂଜନ ଭକ୍ତିରେ ଜଗା ଚରଣରେ
ଆନନ୍ଦ ଉତ୍ସବ ଗୃହେ।
ନୂଆ ଭାରତର ଅମୃତ କାଳର
ଜନ୍ମଦିନର ଗୁଞ୍ଜନ
ଦେଏଟି ସନ୍ଦେଶ ଶୁଭକାମନର
ମନଟି ହୁଏ ପ୍ରସନ୍ନ।
