Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umasankar Sahu

Others

3  

Umasankar Sahu

Others

ହିଂସା

ହିଂସା

1 min
6.7K


ହିଂସା 

ଉମାଶଂକର ସାହୁ

ଧୁଃ ଧୁଃ ତାତି

ସାମ୍ପ୍ରଦାୟିକତାର,

ଲିଭିଯାଏ ମୈତ୍ରୀ,

ହୁ ହୁ ଜଳିଉଠେ ସହର ।

ଖାଁ ଖାଁ ଗାଁ ରାସ୍ତା-

ଚାରିଆଡେ ହିଂସାର ଫଁ ଫଁ ଫୁତ୍କାର,

ଘରେ ଘରେ ବିଭୀଷିକା,

ମୁହେଁ ମୁହେଁ ଘୃଣା ଆଉ

କଣେ କଣେ ଅହିରାଜ

ଓଗାଳଇ ଜହର ।

ଦେହେ ଦେହେ ରକ୍ତଛିଟା

ହାତେ ହାତେ ଖଂଡା କାତି

ପ୍ରାଣେ ପ୍ରାଣେ ଘୃଣା

ଗଗନେ ପବନେ ଶୁଭେ,

ଧର୍ଷିତାର ବୁକୁଫଟା ଚିତ୍କାର ।

ଧୁଃ ଧୁଃ ତାତି ସାମ୍ପ୍ରଦାୟିକତାର

ଲିଭିଯାଏ ମୈତ୍ରୀ,

ହୁ ହୁ ଜଳିଉଠେ ସହର । 

 


Rate this content
Log in