Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

3  

Dambarudhar Bag

Others

ପ୍ରତିଶୋଧ

ପ୍ରତିଶୋଧ

2 mins
490


ପ୍ରତିଶୋଧ

**********

ଉତ୍କଳ ମାତାର ବୀରପୁତ୍ର ତୁମେ ଭାରତ ଅମ୍ଳାନ ଜ୍ୟୋତି ।

ସ୍ତବ୍ଧ ଭାରତ ଥରିଲା କାଶ୍ମୀର

ଦେଖି ତୁମ ବୀରଗତି ।

ହେ ବୀର ଯବାନ ଶହୀଦ ପ୍ରସନ୍ନ

ମନୋଜ ବୀର ଯବାନ ।

ଦେଶ ପାଇଁ ତମେ ଦେଲ ପ୍ରାଣବଳୀ

ତୁମକୁ କୋଟି ନମନ।

ବୀର ତୁମେ ଆମ ଏହି ଉତ୍କଳର

ତୁମେ ହେ ଦିବ୍ୟ ଆତ୍ମା ।

ସର୍ବ ସୁଖ ତେଜି ହୋଇଲ ଅମର

ଭୁଲିବୁନି ଆମେ ଜମା ।

ପିତୃମାତୃଙ୍କର ସ୍ନେହ ଶ୍ରଦ୍ଧା ଛାଡି

ଭୁଲିଗଲ ପୁତ୍ର ପତ୍ନୀ ।

ଝାସ ଦେଲ ଯାଇ ଦେଶ ମାତୃ ପାଇଁ

ଜଳୁଥିଲା ଯେହ୍ନେ ବହ୍ନି ।

ଗର୍ବ ଓ ଗୌରବ ଆମ ସ୍ବାଭିମାନ

ତୁମେ ଉତ୍କଳର ସୁତ ।

ଘେନ ଶ୍ରଦ୍ଧାଞ୍ଜଳି ସ୍ବର୍ଗ ପୁରେ ଥାଇ

ଘେନ ଆମ ପ୍ରଣିପାତ ।

ରତନ ପୁରର ରତ୍ନ ତୁମେ ସତେ

ନୂଆଗାଁ ନବ ଜ୍ୟୋତି ।

କର୍ମନିଷ୍ଠ ସେବା ତୁମ ଆଦର୍ଶ ଯେ

ଧୈର୍ଯ୍ଯ ତୁମର ସମ୍ପତ୍ତି ।

ଝରି ଯାଇଅଛି ତୁମ ରକ୍ତବିନ୍ଦୁ

ଭାରତ ମାଆର ବକ୍ଷେ ।

ଜାତ ହେଉ ଶତ ଶତ ସୈନ୍ଯ ପୁଣି

ପ୍ରତିଶୋଧ ର ସେ ଡାକେ ।

ନାଶ ହେଉ ଶତ୍ରୁ ଆତଙ୍କବାଦୀ ଯେ

ମିଶୁ ମାଟି ପାକିସ୍ତାନ ।

ଉଠି ଆସ ପୁଣି ମାଆର କୋଳରୁ

ରହିଅଛ ଯେତେ ସୈନ୍ଯ ।

ଧାର ଧାର ହୋଇ ଝରୁଅଛି ଅଶ୍ରୁ

ଥରହର ହୁଏ ଛାତି ।

କେମିତି ଭୁଲିବୁ ସେ ଭୟଙ୍କର ଦୃଶ୍ଯ

ଛାତିରେ ଫୁଟଇ ତାତି ।

ଆସିଥିଲା ସେଇ ମୂର୍ଖ ପାମର

ଆତ୍ମଘାତୀ ସଇତାନ ।

ନର୍କ ଭୋଗ କରୁ ଆତ୍ମା ଟି ତାହାର

ନେଲା ଯିଏ ତୁମ ପ୍ରାଣ।

କେତେକେତେ ବୀରସୈନିକ ଆମର

ଖାଇଲେ ଆତଙ୍କ ଗୁଳି ।

ଆଉ ପାରିବୁନି ସହ୍ୟ କରି ଆମେ

ଦେବୁ ଆମେ ତାଙ୍କୁ ବଳୀ ।

ଇଟାର ଜବାବ ପଥରରେ ଦେବୁ

ସାବଧାନ ପାକିସ୍ତାନ ।

ଗୁଳି କଥା ଛାଡ ପରିଶ୍ରା କରିଲେ

ହୋଇଯିବୁ ତୁ ନିଶ୍ଚିହ୍ନ ।

ଅଛି ଆମ ପାଖେ ଅସ୍ତ୍ର ଶସ୍ତ୍ର ଯେତେ

ନାହିଁ ତୋର ସେହିଭଳି ।

ଭାବୁଛୁ ଡରିବୁ ପଛ ଘୁଞ୍ଚା ଦେବୁ

ଛୁଟାଇବୁ ନାହିଁ ଗୁଳି ।

ଦେଖି ଯାଅ ତୁହି ଆଗକୁ ଆଗକୁ

ସମ୍ଭାଳି ଯାଅ ତୁ ନିଜେ ।

ଉଠାଇ ଦେଇଛୁ ସୁପ୍ତ ସିଂହଟାକୁ

ମତାଉଛୁ ଯୁଦ୍ଧ କାର୍ଯ୍ୟେ।

ଯେତକ ଝରୁଛି ଲୁହ ଆମ ଠାରେ

ଦେଖି ଯାଅ ଥରେ ଭଲେ ।

ସେତକ ରୁଧିର ତୋହର ବୋହିବ

ଗଣୁ ଥିବୁ କେତେ ମଲେ।

**************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା ।


Rate this content
Log in