ସାଇ
ସାଇ
1 min
214
ଦେଖୁଅଛି ଯାହା ଜଡଜୀବ ତାହା
ତୁମରି ସର୍ଜନା ଅଟେ,
ତିନି ବ୍ରହ୍ମାଣ୍ଡରେ ଗୋଟିଏ ଇଶ୍ୱର
ବିରାଜ ସକଳ ଘଟେ ।
ସଂସାର ସାଗରେ ନାବିକ ରୂପରେ
ଧରିଛ ତରଣୀ କାତ,
ପାରିକରିବାକୁ ଭଵସଗାରରୁ
ଅବୋଧକୁ ଧରି ହାତ ।
ତିନିଗୁଣ ସୂତ୍ର ସତ,ରଜ,ତମ,
ମାନବ ଭିତରେ ଭେଦ,
ତୁମକୁ ସମର୍ପି ମହାମନ୍ତ୍ର ଜପି
ଚାଲିଲେ ନଥାଏ ଖେଦ ।
ଆଲା,ଯୀଶୁ ,କୃଷ୍ଣ, ନାମ ଜଣେ ରାମ
ବିଶ୍ୱପିତାପୂଜା ମମ,
ସଂସାର ମଂଗଲେ ଆଲତୀ ଦୀପରେ
ବନ୍ଦାପନା ପ୍ରଭୁ ନମଃ ।