STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ମାର୍ଗଶୀର ଗୁରୁବାର

ମାର୍ଗଶୀର ଗୁରୁବାର

1 min
140

ଗ୍ରାମ ଶ୍ରୀମନ୍ତିନୀ ଭାରି ତତ୍ପର

   ଆସିଛି ପୁଣି ମଗୁଶୁର

ଘର ବାରି ଲିପା ପୋଛା ହେବ

   ମହାଲକ୍ଷ୍ମୀଙ୍କର ପୂଜାବାର l


ଝୋଟି ଚିତାରେ ଝଲସେ ଘର

  ଦାଣ୍ଡଦ୍ୱାରେ ପୂର୍ଣ୍ଣକୁମ୍ଭ ସାଜେ 

ହୁଳହୁଳି ଶବ୍ଦେ କମ୍ପେ ଗାଁ ଦାଣ୍ଡ

  ସାଗରନନ୍ଦିନୀ ପୟର ପୂଜେ l


ଥିରି ଥିରି ଚାଲି ତାର

  ଶୀତୁଆ ସକାଳ କାକରେ

ଧୂପ ଦୀପ ନଇବେଦ୍ୟ ଅର୍ପଣେ

  କମଳାଙ୍କୁ ଆରାଧନା କରେ l


ଭଳି ଭଳି ପିଠା ପଣା

 ଶ୍ରଦ୍ଧା ଭରେ ପ୍ରସ୍ତୁତ କରଇ 

ମଣ୍ଡା କାକରା ଆରିସା ଚି଼ତୋଉ

  ଏଣ୍ଡୁରି ଅଟକାଳି ଯେ କ୍ଷୀରି l


ଭକ୍ତି ଭରେ କର ଯୋଡି

  ପ୍ରଣତି ଢାଳେ ବିଷ୍ଣୁପ୍ରିୟା ପଦେ

ମିନତୀ ଜଣାଏ ଦୟାକର ମାଆଗୋ

 ସଦା ସମ୍ପଦେ ବିପଦେ l

   


    



Rate this content
Log in