Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

3  

K. Nirmal

Others

ଅଭାବରୁ ଚାକରାଣୀ

ଅଭାବରୁ ଚାକରାଣୀ

1 min
7.0K


"ଅ" କବିତା


ଅଳି କରିଥିଲି ଭୋକ ଉପାସରେ

ଦୁଇ ଖଣ୍ଡ ଦିଅ ରୁଟି,

ଖାଇବାକୁ ସିନା ଦେଲ ନାହିଁ ମୋତେ

କରୁଛି ଘର ପାଇଟି।

ଅଭାବ ପାଇଁ ମୁଁ କରୁଛି ତ କାମ

ତୁମ ଘରେ ରହି ମୁହିଁ ,

ଭୋକ ଉପାସେ ଅଛନ୍ତି ମୋହରି

ପିଲାଛୁଆ କଷ୍ଟ ସହି।

ଅଳପ ପଇସା ଦଉଛ ଯେ ମୋତେ

କରୁଛି ଅନେକ କାମ,

ମୁହଁ ଟାଣ କରି କିଛି ନବୁଝି କି

ଦିଅ କାହିଁ ବଦନାମ୍।

ଅଭାବଟି ସିନା ବାନ୍ଧି ରଖିଅଛି

ସମାଜରେ ଦ୍ୱାରେ ଦ୍ୱାରେ,

ଆଭାବର ସେହି ଫାଇଦା ନିଅନ୍ତି

ଆଜିର ଏ ସମାଜରେ।।

କେ.ନିର୍ମଳ

ବାସୁଦେବପୁର, ଭଦ୍ରକ(ଜଗନ୍ନାଥି)

ମୋବାଇଲ୍:-୯୫୬୬୧୧୩୬୦୭


Rate this content
Log in