ବୃକ୍ଷ
ବୃକ୍ଷ
ପ୍ରକୃତି ମଧ୍ୟରେ ଅଟେ ସିଏ ଶ୍ରେଷ୍ଠ
ଜୀବ ଜଗତର ବଞ୍ଚିବାର ଆଧାର
ବନ୍ଧୁ ମଧ୍ୟେ ବନ୍ଧୁଟିଏ ପରା ସିଏ
ଭୁଲିବିନି କେବେ ଯାର ଅସରନ୍ତି ଉପକାର l
ଜନ୍ମ ଠାରୁ ମୃତ୍ୟୁ ସାଥୀ ସେ ଯାତ୍ରାର
ସ୍ପନ୍ଦିତ ହୃଦୟ ଦାନ ଯେ ତାହାର
ଜୀବନକୁ ତାର ଦେଇଛି ସମର୍ପି
ହସ ଖୁସି ଭରିବାକୁ ଜୀବନେ ମୋହର l
ପେଟ ପାଇଁ ଦାନା ଦେହପାଇଁ ବସ୍ତ୍ର
ବାସଗୃହ ତୋଳିବାକୁ ଲୋଡ଼ା ପଡିଥାଏ ଯାହାର
ସୁଶୀତଳ ଛାୟା ଫଳ ପୁଷ୍ପ ଦେଇ
ଗଢିଛି ଯେ ମୋତେ ଏଡ଼େ ସୁନ୍ଦର l
ସୁଖ ପାଇଁ କୁଠାର ଆଘାତ ସହେ
ଗୃହପୋକରଣଟିଏ ସାଜେ କି ମନୋହର l
ପ୍ରତିଦାନେ କରି ନାହିଁ କେବେ ଆଶା
ସ୍ନେହ ପରସରେ ପୁଲକିତ ହୁଏ ଧରା
ଅମୂଲ୍ୟ ସମ୍ପଦ ବୃକ୍ଷ ଦେବତା ସେ
ପ୍ରକୃତବନ୍ଧୁ ହୁରି ପଡେ ଜଗତ ସାରା l
