Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

4.9  

Dr.Sashi Bhushan Mohapatra

Others

ସନ୍ଧାନ

ସନ୍ଧାନ

1 min
185



ସଂସାର ଦୁଃଖମୟ

ତେବେ ସୁଖ କ’ଣ ?

ତାର ସଂଜ୍ଞା ନିରୂପଣ ପାଇଁ

ସେମାନେ ବାହାରିଲେ

ସୁଖର ସନ୍ଧାନରେ

ଗାଁ ରୁ ସହର ଓ ନଗର |

ପରୀକ୍ଷା ନିରୀକ୍ଷା କଲେ

ଅନେକ ତର୍ଜମା ହେଲା

ନିଷ୍କର୍ସରେ ସୁଖର ସଂଜ୍ଞା

ନିରୂପଣ ଅଧୁରା ରହିଲା |


ସେମାନେ ସମସ୍ତେ

ସଂସାରରେ ମାତିଲେ

ପତ୍ନୀ, ସନ୍ତାନ ପାଇଁ

ପ୍ରାସାଦ ଗଢିଲେ

ଆକାଶରେ ଉଡି ବୁଲିଲେ

ମଙ୍ଗଳ କି ଜହ୍ନରେ

ଘର କରିବାର ସ୍ବପ୍ନ ଦେଖିଲେ |

ସୁଖ ଭାବି ଜୀବନକୁ

ବିଳାସ ବ୍ୟସନରେ

ଭରପୁର ଉପଭୋଗ କଲେ

କିନ୍ତୁ ସୁଖ କାହିଁ ?


ସବୁଠି ଦୁଃଖ ଆଉ ଦୁଃଖ

ଛଳନା,ପ୍ରତାରଣା

ଈର୍ଷା ଆଉ ଘୃଣା

ଜରା,ବ୍ୟାଧି ,କ୍ଷୁଧା ,ମୃତ୍ୟୁ

ଏବଂ ଯନ୍ତ୍ରଣାର ତାଡନା,

ତାରତମ୍ୟ ଯାହା ଅଛି

ଜଣେ ଅନ୍ୟ ଜଣଙ୍କଠୁ

କେତେ କମ ଅବା ଅଧିକ

ମାତ୍ରାରେ ଜର୍ଜରିତ |


ନିର୍ମମ ସତ୍ୟ କଥା

ଜୀବନ କ୍ଷଣସ୍ଥାୟୀ

ଇନ୍ଦ୍ରିୟ ସୁଖ ସବୁ 

କ୍ଷଣକ ପାଇଁ ସୁଖଦାୟୀ |

ସୁଖ ଦୁଃଖ କମ ବହୁତ

ସମସ୍ତଙ୍କ ପାଇଁ ରହିଛି, 

ସେମାନଙ୍କର କିନ୍ତୁ ଅଭାବ ଥିଲା 

ଆତ୍ମତତ୍ତ୍ୱ ଜ୍ଞାନ

ପୁଣ୍ୟ ଅର୍ଜନ

ଇନ୍ଦ୍ରିୟାତୀତ ସାଧନ,

କାରଣ ସେମାନେ ସବୁ

ଏସବୁରେ ଥିଲେ ଗରିବ |

ସେମାନେ ଜାଣି ନଥିଲେ

ଦୁଃଖର ଦହନରେ

ମିଳେ ସୁଖର ସନ୍ଧାନ



Rate this content
Log in