Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଜୀବନ

ଜୀବନ

1 min
468



ନିର୍ମମ ମୁହୂର୍ତ୍ତରେ ଜୀବନର ପରିଭାଷାକୁ

ଖୋଜେ ବସି ନୀଳ ଆକାଶକୁ ଚାହିଁ

ଆକାଶର କାନଭାସରେ ଖଣ୍ଡ ମେଘମାଳା

ମୋତେ କହେ ଜୀବନଟା କ୍ଷଣସ୍ଥାୟୀ ।।


ସମୁଦ୍ର ବେଳାତଟେ ଦରିଆର ବିଶାଳତାରେ ହଜି

ସେହି ଏକା ପ୍ରଶ୍ନ ଉଙ୍କି ମାରେ ଜୀବନକୁ ନେଇ

ସାଗର କହେ ଜୀବନଟା ସୁଖ ଦୁଃଖର ଲହଡି

ସୁଖ ଏଠି ସାତପର ଦୁଃଖ ଏକା ଛାଇ ।।


ଧୂ ଧୂ ମଧ୍ୟାହ୍ନରେ ମରୁବାଲିକୁ ପଚାରେ

ଜୀବନର ଅର୍ଥ କ'ଣ ହୋଇପାରେ ???

ନିର୍ଜନତାରେ ବଂଚି ,ଖାପ ଖୁଆଇବା

ହିଁ ଜୀବନର ଅର୍ଥ ବୋଲି ଦେଲା ପ୍ରତ୍ୟୁତ୍ତରେ ।।


ନଦୀ କୂଳେ ବସି ନଈକୁ ସେହି ଏକା ପ୍ରଶ୍ନ କରେ

ନଈ କହେ ସ୍ୱକୀୟ ଅସ୍ତିତ୍ବ ହଜାଇ

ସାମୁହିକ ସ୍ୱାର୍ଥ ପାଇଁ ଏକାକାର ହେବା

ଏହାହିଁ ତ ମୂଳଲକ୍ଷ୍ୟ ଆମ ଜୀବନରେ ।।


ମୁକ୍ତ ଗଗନେ ବିହଙ୍ଗକୁ ପଚାରେ

ଜୀବନର ମାନେ କ'ଣ କହିବକି ତୁମେ

କ୍ଷଣସ୍ଥାୟୀ ଦୁଃଖ ନୁହେଁ , ଚିରସ୍ଥାୟୀ ସୁଖ ପାଇଁ

ଅନ୍ୱେଷିବା ହେଉ ଲକ୍ଷ୍ୟ ଆମ ଏ ଜୀବନେ ।।


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ଵର

9583138533



Rate this content
Log in