Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Others

3  

Kamala Satpathy

Others

‘ଲାଞ୍ଚ’ର ଜୟ

‘ଲାଞ୍ଚ’ର ଜୟ

1 min
309


ଲାଞ୍ଚ ମିଛ ଭରା ଦୁନିଆରେ ଆଜି

ସବୁ ଗୋଳମାଳ ଧନ୍ଦା

ମୁଠା ମୁଠା ଲାଞ୍ଚ ଦେଇ ନପାରିଲେ

ଧନ୍ଦା ହେଇଯିବ ମାନ୍ଦା ।

ଜନମ ବେଳରେ ଲାଞ୍ଚ ଦିଅ ଭାଇ

ଦିଅ ବି ମରଣ ବେଳା

ଦୁଇ ଶ’ ତିନି ଶ’, ଯାହା ମଗାହୁଏ

ବଢାଅ ନକରି ହେଳା ।

ଲାଇଟ୍ ଦର୍କାର, ପାଣି ଦରକାର

ଦର୍କାର ରେସନ କାର୍ଡ

ଏମିତି କେମିତି ମିଳିଯିବ ଆଜ୍ଞା

ହାତେ ନଥୋଇଲେ ‘ବାର୍ଡ’ !

ଡ୍ରାଇଭିଙ୍ଗ୍ ଆସୁନି, ଲାଇସେନସ୍ ଦର୍କାର

ଚିନ୍ତା କାହିଁ କର ବାରେ

ହାତେ ଥୋଇଦେଲେ ନଗଦ ନାରଣ

‘ଆର୍ଟିଓ’ ଆଉ ନପଚାରେ ।

ଘର ଡିଜାଇନ୍ ପାସ୍ କରିବାକୁ

ଦଉଡ କାହିଁ ଅଫିସ୍

ସେବା ପାଇଁ ତୁମ ଚାହିଁ ବସିଛନ୍ତି

ହଜାରେ ମାଷ୍ଟର ପିସ୍ ।

ଝରକା ପାଖରେ ବସିବାକୁ ଚାହଁ

ଅଫିସ୍ ବସ୍ ରେ ନିତି

‘କ୍ଲିନର୍’ ହାତରେ ଦଶ ଟଙ୍କା ଲାଞ୍ଚ

ଦେଲେ ହେଇଯିବ ଖୁସି ।

ସ୍କୁଲ୍ କଲେଜ୍ ରେ ସିଟ୍ ଦର୍କାର

ମୁଣ୍ଡେ କାହିଁ ଦିଅ ହାତ

ପକେଟେ ତୁମର ଗରମ ଅଛି ତ

ଖୋଇଦେବେ ଆସି ଭାତ !

ବିଦେଶ ଭ୍ରମଣ କରିବା ପାଇଁକି

‘ଭିସା’ ଦରକାର ଯଦି

ମିଛୁଟାରେ ଧାଁ ଧପଡ ନକରି

ହାତେ ଗୁଞ୍ଜିଦିଅ କିଛି ।

ଯୁଆଡକୁ ଯିବ ହାତଗୁଞ୍ଜା ଲୋଡା

ନିଅ ବାବୁ ଥଳି ଭରି

ଆଉ କାହା କଥା କହିବି ମୁଁ ଆଉ

ଘରେ ବି ଲାଞ୍ଚ ଜରୁରୀ ।

ଅଫିସ୍ ଫେରନ୍ତି ବିଳମ୍ବ ହୋଇଲେ

ଉଗ୍ର ରୂପେ ଉଭା ପତ୍ନୀ

ଶାଢିଟାଏ ହାତେ ଥୋଇଦେଲେ ଲାଞ୍ଚ

ସାଜେ ସେ ମନମୋହିନୀ ।

ବଳେଇ ବଳେଇ ଖାଇବାକୁ ଦେବ

ଭୋଜନ ଚାହେଁ ଯା’ ମନ

ଲାଞ୍ଚ ନଥୋଇଲେ ଦେବୀ ଠାକୁରାଣୀ

ହେବନି କେବେ ପ୍ରସନ୍ନ ।

ପିଲା ଠାରୁ ବଡ, ସଭିଙ୍କ ଆଦର

ପାଇ ଲାଞ୍ଚ ମହାପ୍ରଭୁ

ଦିନୁ ଦିନ କାୟା ବିସ୍ତାରି ଚାଲନ୍ତି

ଆନନ୍ଦେ ସେ ଉବୁଟୁବ ।

ମନ୍ଦିର ମସଜିଦ ଯିବା ଲୋଡାନାହିଁ

ନଲୋଡା ବି ଯାଗଯଜ୍ଞ

ଜୟ ଜୟକାର ‘ଲାଞ୍ଚ’ର କରିକି

ଆଗେଇ ଯାଅରେ ଅଜ୍ଞ !

-0-



Rate this content
Log in