Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2  

Sukanti Hotta

Others

ମହାଳୟା ଉପଲକ୍ଷେ

ମହାଳୟା ଉପଲକ୍ଷେ

1 min
1.5K


ଶ୍ରଦ୍ଧାରେ ତୁମକୁ ଅର୍ପଣ କରୁଛୁ

ଘେନ ଆମର ତର୍ପଣ

କର୍ମ ଜଞ୍ଜାଳରେ ଡୁବି କରି ଆମେ

ଦେଖି ପାରିଲୁନି ଦର୍ପଣ ।

ଆଜି ମହାଳୟା ପବିତ୍ର ଦିନରେ

ଘେନ ଆଞ୍ଜୁଳାଏ ପାଣି

ତୁମ ଆଶୀର୍ବାଦର ଭିକ୍ଷା ମାଗୁଛୁ

ସଦାବେଳେ ଆମେ ଋଣୀ ।

ମାତୃ ପିତୃ ଋଣ ସୁଝି ହୁଏ ନାହିଁ

ଏହି ଦୁର୍ଲଭ ଜୀବନେ

ଚକ୍ଷୁରୁ ଦିଧାର ଲୋତକ ବୁହାଇ

ଝୁରୁଛୁ ଯେ ମନେ ମନେ ।

ସ୍ନେହ ଶ୍ରଦ୍ଧାର ପବିତ୍ର ସମ୍ପର୍କ

ଆଜି ମନେ ପଡି ଯାଏ

ତୁମ ନାମକୁ ମନେ ପକାଇଲେ

ମନ ଆନନ୍ଦିତ ହୁଏ ।

ସୁକାନ୍ତି ହୋତା

ତାଳଚେର


Rate this content
Log in