Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଶୁଭ୍ରା ସୁଚିତ୍ରା ମହାନ୍ତ

Others

4.8  

ଶୁଭ୍ରା ସୁଚିତ୍ରା ମହାନ୍ତ

Others

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
278


ଛନ୍ଦହୀନ ଜୀବନ, କପଟ ଶୂନ୍ୟ 

ନଥାଏ ଭେଦଭାବ, ପବିତ୍ର ମନ ॥


ପଙ୍କିଳ ପରିବେଶୁ, ପଦ୍ମ ପରିକା 

ହୁଅନ୍ତି ପ୍ରସ୍ଫୁଟିତ, ଥିରି ଥିରିକା ॥


ନିଜର ମହକରେ, ସାରା ସଂସାର 

ମହକାଇ ଦ୍ଯନ୍ତି, କରି ଉପକାର ॥


ରହଣି ଚଳଣିରେ, ଭାରି ସରଳ 

ଧୈର୍ଯ୍ୟ ଓ ସାହସ, ଅଟେ ମନୋବଳ ॥


ଅତି ଖରାପ, ମଣିଷ ଠାରୁ ମଧ୍ୟ 

ଶିକ୍ଷଣୀୟ ଜିନିଷ, କରନ୍ତି ଲାଭ ॥


ଇର୍ଷା ଦ୍ଵେଷ ଠାରୁ, ଦୂରରେ ରୁହନ୍ତି 

ସମାଲୋଚନା ର, ପାଖ ନ ମାଡନ୍ତି ॥


ଲୋଭ କାମ କ୍ରୋଧ, ଦେଖା ନ ଦିଏ 

ଛନ୍ଦହୀନ ଜୀବନ, ସୁଖରେ ଥାଏ ॥


ଅଳପେ ସନ୍ତୁଷ୍ଟି, ମନ୍ତ୍ର ଜୀବନର 

ତେଣୁ ସରିଯାଏ, ଦୁଃଖ ଜୀବନର ॥


ଛନ୍ଦହୀନ ଜୀବନରେ, ବ୍ୟସ୍ତ ଲାଗେନା 

ହାରିଯିବି ବୋଲି, ଭୟ ରହେନା ॥


Rate this content
Log in