ସ୍ୱପ୍ନ ଓ ବାସ୍ତବତା
ସ୍ୱପ୍ନ ଓ ବାସ୍ତବତା
ମୁ ଵି ଜାଣେ ..
ତୁ ଵି ଜାଣୁ.....
ସପନର ବାସ୍ତବତା ନାହିଁ....
ସତେ ଅବା କୁହୁଡ଼ିରେ ଛାଇ ....
ସପନଟା ସପନରେ ବଂଚେ.......
ବାସ୍ତବରେ କେଉଁ ଆଡ଼େ ହଜେ.....
ତଥାପି କାହିଁକି ମୋର ଇଚ୍ଛା ହୁଏ
ଦେଖିବାକୁ ତୋହରି ସପନ......
ବୁଣିବାକୁ ପ୍ରଣୟ ଗୋପନ.....
ତୋ ସପନରେ ପାଏ ମୁହିଁ
ଅଫୁରନ୍ତ ଉଲ୍ଲାସ....
ମାଦକତାର ଉଛ୍ୱାସ....
ଵିସ୍ତୀର୍ଣ୍ଣତାର ବିଶ୍ଵାସ......
କାହିଁକି ତୁ ବେଳେବେଳେ
ସପନକୁ କରୁ ରୋମନ୍ଥିତ....
ମୋ ହୃଦୟେ କରୁ କରାଘାତ.....
ତୋ ପାଇଁ ମୁଁ ହୁଏ ଅସ୍ତବ୍ୟସ୍ତ........
ତୁ...କେବେ....ଅମ୍ରିୟମାଣ....ନିର୍ବାକ.......ନିସ୍ତେଜ......
ନ ଶୁଣୁ ମୋ ହୃଦୟ ଆଵାଜ....
ଚାଲିଯାଉ କେଉଁ ଅନ୍ତରାଳେ....
ଛନ୍ଦିଯାଉ କାହା ମାୟା ଜାଲେ.....
ବୋଧହୁଏ ଏଇଥି ପାଈଁ
କାରଣ.....ସପନର ବାସ୍ତବତା ନାହିଁ......
ସପନଟା ଅଦୃଶ୍ୟ ଵାଟୋଇ଼ ......
ଦେବବ୍ରତ ଜେନା,
ସହକାରୀ ଶିକ୍ଷକ,ରଂସିଂହପୁର ଆଶ୍ରମ
ଭୋଗରାଇ, ବାଲେଶ୍ୱର
9583138533