ନୀରବ ଦିଅ
ନୀରବ ଦିଅ
1 min
140
ଚକାଆଖି ଦେଖି ତୁନି ରୁହ କିପରି
ଏପଟେ କରୋନା ପୁଣି ଓମିକ୍ରନ୍
ମଝିରେ ଜୀଵନ ଖେଳେ ଚକା ଭଉଁରୀ
ଚକାଆଖି ଦେଖି(୦)
ଛାମୁ ଦରଶନୁ ବଞ୍ଚିତ ଭକତେ
ଭକତଙ୍କ ଦୁଃଖ ଦେଖୁଛ କେମନ୍ତେ
ଡାକ ପଡୁଅଛି ମଣିମା ମଣିମା
ପଣ୍ଡା ପଢ଼ିହାରୀ କରନ୍ତି ଗୁହାରି
ଚକାଆଖି ଦେଖି(୧)
ମହାମାରୀ ଦ୍ବୟ ଲଙ୍ଘେ ସ୍ଥଳକୂଳ
ଜୀବନ ଜୀବିକା ସବୁ ଅସମ୍ଭାଳ
ଶେଷ ବେଳେ ଆଉ କାନ୍ଧ ମିଳୁନାହିଁ
ଶ୍ମଶାନ ଲାଗୁଛି ବାସନ୍ଦ ପରି
ଚକାଆଖି ଦେଖି(୨)
କରୋନା ଯେ ଥିଲା ପର୍ଯ୍ୟାୟେ ପର୍ଯ୍ୟାୟେ
ଏବେ ପୁଣି ଓମିକ୍ରନ୍ ଆସିଯାଏ
ଚକ୍ର ଆଢ଼ୁଆଳେ ରଖ ଦୀନବନ୍ଧୁ
ଶରଣେ ଜଗତ ଅଛି ଶ୍ରୀହରି
ଚକାଆଖି ଦେଖି(୩)
