STORYMIRROR

Ajit Kumar Raut

Others

3  

Ajit Kumar Raut

Others

ବ୍ରହ୍ମଚାରିଣୀ

ବ୍ରହ୍ମଚାରିଣୀ

1 min
149


ଦ୍ୱିତୀୟ ଦିବସ ନବରାତ୍ର ଆଜି

 ଭକ୍ତିରେ ପୂଜନ ଯହିଁ 

ବ୍ରହ୍ମଚାରିଣୀଟି ରୂପରେ ପୂଜନ

 ଭକ୍ତଙ୍କ ପୂଜନ ତହିଁ।


ଧଳ ରଙ୍ଗ ବସ୍ତ୍ର ପିନ୍ଧିଣ ମହିଳା

 କରନ୍ତି ଶକ୍ତି ପୂଜନ 

ବ୍ରହ୍ମଚାରିଣୀର ରୂପରେ ପୂଜନ

 ଆଜିର ଦ୍ୱିତୀୟ ଦିନ।


ଶଙ୍ଖ ଓ ମହୁରୀ ବାଜୁ ଅଛି ତହିଁ

 ପଡୁଅଛି ହୁଳହୁଳି 

ମୃଦଙ୍ଗର ଧ୍ୱନି ମନ ମୋହୁଅଛି

 ବାଜୁଅଛି କରତାଳି।


 ଥାଳ ରହିଅଛି ଭରା ନୈବେଦ୍ୟରେ

 ଗୁଞ୍ଜୁଅଛି ଶକ୍ତିଧ୍ୱନି    

ପଢୁଅଛି ମନ୍ତ୍ର ଭକ୍ତିରେ ପଣ୍ଡିତ

 ଶୁଭୁଅଛି ଶଙ୍ଖଧ୍ୱନି।


ବ୍ରହ୍ମଚାରିଣୀର ରୂପକୁ ଧରିଣ

 କରିଥିଲେ ଶିବେ ଭକ୍ତି 

ପାର୍ବତୀ ପାଇଲେ ଶିବଙ୍କୁ ପତିରେ

 ସ୍ୱାମୀ ରୂପେ ଆଦିଶକ୍ତି।


ମୃତ୍ୟୁ ଲୋକ କରେ ପୂଜନ ଦୁର୍ଗାଙ୍କ

  ବ୍ରହ୍ମଚାରିଣୀ ରୂପରେ 

ନାମ ଶକ୍ତିରୂପା ଗୁଞ୍ଜୁଛି ମହୀରେ

 ପ୍ରେମ ଓ ଭକ୍ତି ଶ୍ରଦ୍ଧାରେ।


ଆଲୋକ ମାଳରେ ସୁଶୋଭିତ ସ୍ଥାନ

 ଚତୁର୍ଦ୍ଦିଗ ମୁଖରିତ 

ନାଚ ଗୀତ ତହିଁ ଶକ୍ତିଙ୍କ ଭକ୍ତିରେ

 ମନ ହୁଏ ପୁଲକିତ।


ଶାନ୍ତି ମୈତ୍ରୀ ପ୍ରୀତି ଧଳ ପରିଧାନ

 ଜାଣିଛନ୍ତିରେ ମହିଳା 

ପରିଧାନ ହୋଇ ପୂଜନ କରନ୍ତି

 ରଖିଣ ମନ ନିର୍ମଳ।


ମଣ୍ଡପ ଶକ୍ତିଙ୍କ ଗୁଞ୍ଜନ ଭକ୍ତିରେ

 ଗୁଞ୍ଜୁଅଛି ଭକ୍ତରାବ

ଜଗମାୟା ତହିଁ ବିରାଜମାନ ଟି

 ନମଃ ଦୁର୍ଗା ଦୁର୍ଗା ରାବ।


ଆଶିର୍ବାଦ କର ରାଷ୍ଟ୍ରର ଜନଙ୍କୁ

 ମଙ୍ଗଳ କର ବିଶ୍ୱର 

ଆସିଅଛ ମର୍ତ୍ତ୍ୟେ ଦୁଃଖ ନିବାରଣେ

 କଲ୍ୟାଣ ରାଷ୍ଟ୍ରର କର।


ହେଉ ମନବାଞ୍ଚା ପୂର୍ଣ୍ଣ ଭାରତର

 ଶକ୍ତିରୂପା ପୂର୍ଣ୍ଣ କର 

ଶକ୍ତିଶାଳୀ ହେହୁ ହେଉ ବିଶ୍ୱଗୁରୁ

 ଏହୁ ଆଶୀର୍ବାଦ କର।


ଯୋଗମାୟା ତୁମେ ଅବତାର ତୁମ

 ଶତ୍ରୁଙ୍କ ବିନାଶ ପାଇଁ 

ଅନ୍ୟାୟ ଦମନ କର ଆଦିଶକ୍ତି

 ରାଷ୍ଟ୍ରର କଲ୍ୟାଣ ପାଇଁ।



Rate this content
Log in