STORYMIRROR

Puspanjali Panda

Others

3  

Puspanjali Panda

Others

ତୁମ ଚିଠି

ତୁମ ଚିଠି

1 min
422

ତୁମ ଶେଷ ଚିଠି ଆମ ଶେଷ ସ୍ମୃତି

ଅପୂର୍ବ ମହକ ଭରା ।

ଲୁଚାଇ ରଖିଛି ଗମ୍ଭୀରା ଭିତରେ

ଅମାବାସ୍ୟା ଚାନ୍ଦ ପରା ।

ଦୁଃଖ ଭୁଲି ଯାଏ ଯଦି ପଢି ଦିଏ

ଥରୁଟେ ଗୋଟିଏ ଧାଡ଼ି ।

ସାହସ ଯୋଗାଏ ମନ ଥୟ ହୁଏ

ଚାଲେ ମୋ ସଂସାର ଗାଡ଼ି ।

ସୂରୁଜ କିରଣ ତେଜରେ ଯେସନ

ଅନ୍ଧକାର ହଟିଯାଏ ।

ଭୂଲ୍ ବୁଝାମଣା ସଂସାର ଯନ୍ତ୍ରଣା

ଛୁ ମନ୍ତର ହୋଇଯାଏ ।

ରାମାୟଣ ଗ୍ରନ୍ଥ ଅବା ଭାଗବତ

ପଢେନାହିଁ ଦିନେକାଳେ ।

ଭୂଲ୍ ହୁଏନା ପଢିବା ଛାଡେନା

ଭୂଲେନାହିଁ ଅବହେଳେ ।

ପ୍ରେମଯାଣେ ତ୍ୟାଗ ସମର୍ପଣ ଆଗ

ପବିତ୍ର ସଂପର୍କ ଗଢେ।

ତେଣୁ ତୁମ ଚିଠି ସାଇତି ରଖିଛି

ସୁଖ ଦୁଃଖ ବେଳେ ପଢେ।


Rate this content
Log in