Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3  

Sukanti Hotta

Others

ମୋ ପରିଚୟ

ମୋ ପରିଚୟ

1 min
267


ପ୍ରକୃତିର ସୁନ୍ଦରତାରେ ହଜିଯାଇ ଲେଖିବାକୁ ମନହୁଏ

ନଦୀନାଳ ଝରଣାର ଶବ୍ଦ ଶୁଣି ମନ ମୋର ଖୁସି ହୁଏ

ବଣ ଜଙ୍ଗଲର ସବୁଜିମା ଦେଖି ଆଖି ଲାଖି ରହିଯାଏ

ପଶୁ ପକ୍ଷୀଙ୍କର ସୁନ୍ଦର ସୁରରେ ମନ ଶାନ୍ତି ପାଉଥାଏ

ପାହାଡ଼ ପର୍ବତ ଘାସ ଗାଲିଚାରେ ବସିବାକୁ ଇଚ୍ଛା ହୁଏ ।


ପ୍ରକୃତରେ ମୁଁ ଲେଖକ ଭାବୁକ ନା କବିଟିଏ,


ଜ୍ଞାନ ନାହିଁ କିନ୍ତୁ କାଗଜ କଲମ ଧରି ଲେଖିବାକୁ ମନହୁଏ

ପକ୍ଷୀଟିଏ ସାଜି ଆକାଶରେ ଉଡିବାକୁ ଇଚ୍ଛାହୁଏ

ଶାନ୍ତି ଅହିଁସାର ମନ୍ତ୍ର ପ୍ରଚାର ପ୍ରସାର କରିବାକୁ ଭଲପାଏ

ମେଘ ଇନ୍ଦ୍ରଧନୁ ଦେଖି ପିଲାଭଳି ନାଚିନାଚି ମନେମନେ କହିଯାଏ

ବା ଘ ନି ସ ହ ନା ଲା

କୋଇଲିର ସ୍ୱର ଶୁଣି ପିଲାଭଳି ଚଗଲାମି କରି କୁହୁକୁହୁ କରୁଥାଏ ।


ପ୍ରକୃତରେ ମୁଁ ଲେଖକ ଭାବୁକ ନା କବିଟିଏ,


ସକାଳର ସୂରୁଜରେ ସନ୍ଧ୍ୟାର ଗୋଧୂଳିରେ ବୁଲିବାକୁ ଭଲପାଏ

ବର୍ଷାରେ ଭିଜିଭିଜି ଗୀତଗାଇ ମନଖୋଲି ହସିହସି ଗଡିଯାଏ

ଘାସ ଗାଲିଚାରୁ ପାଟପୋକ ହାତେଧରି ଘରେ ଆଣି ରଖୁଥାଏ

ଝିପିଝିପି ବର୍ଷାରେ ମାଟିର ବାସ୍ନାକୁ ଶୁଙ୍ଘିଶୁଙ୍ଘି ଖୁସିହୁଏ

ଚନ୍ଦ୍ରର କିରଣରେ ବସି ଲେଖିବାକୁ ଭାବିବାକୁ ଭଲପାଏ l


ପ୍ରକୃତରେ ମୁଁ ଲେଖକ ଭାବୁକ ନା କବିଟିଏ,


ଫୁଲ ଗାଲିଚାରେ ପ୍ରଜାପତି ପଛେପଛେ ଧରିବାକୁ ଧାଉଁଥାଏ

ପିଲାଙ୍କ ସାଥିରେ ମନ ଖୋଲି ହସିହସି ଖେଳୁଥାଏ

ଅନ୍ୟାୟ ଦୁଃଖ ଦେଖିଲେ ସ୍ୱର ଉତ୍ତଳନ କରି ଲଢ଼ିବାକୁ ମନହୁଏ

କାଗଜ କଲମ ଧରି ଅଖଣ୍ଡ ଭାରତର ଶାନ୍ତି ଏକତା ପାଇଁ ଲେଖୁଥାଏ

ସାଙ୍ଗସାଥୀ ମେଳେ ତର୍କ ବିତର୍କରେ ସମୟ କାଟୁଥାଏ ।


ପ୍ରକୃତରେ ମୁଁ ଲେଖକ ଭାବୁକ ନା କବିଟିଏ,


ନାରୀ ନିର୍ଯ୍ୟାତନା ହିଂସା ଦଙ୍ଗା ଦେଖି ହୃଦୟ ମୋର ଫାଟିଯାଏ

ଛୋଟ କିମ୍ବା ବଡ଼ ହୋଇଥାଉ ଜ୍ଞାନୀ ଗୁଣୀ ପାଶେ ମୁଣ୍ଡ ସଦା ନଇଁଯାଏ

ଅଗାଧ ସମୁଦ୍ରେ ଉବୁଟୁବୁ ହୋଇ ମନ ନାଆଟିଏ ଖୋଜୁଥାଏ

ସମ୍ପର୍କର ସୂତା ବନ୍ଧୁତ୍ୱର ପ୍ରେମ ମଜଭୁତ ହେଉ ମନ ସଦା ଚାଁହୁଥାଏ

ସାରାବିଶ୍ୱ ଏକ ପରିବାର ହେଉ ପ୍ରଭୁ ପାଦେ ସଦା ମାଗୁଥାଏ l

ଲେଖନୀଟି ମୋର ଚାଲୁଥାଏ,


ପ୍ରକୃତରେ ମୁଁ ଲେଖକ ଭାବୁକ ନା କବିଟିଏ ।



Rate this content
Log in